ଓଡିଶା

odisha

ETV Bharat / city

ଏଆଇସିସିକୁ ମିଡିଆ ଓ ଯୋଗାଯୋଗ ଟିମ୍ ତାଲିକା ପଠାଇଲା କଂଗ୍ରେସ - media and communication team Opcc

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ମିଡିଆ ଓ ଯୋଗାଯୋଗ କମିଟି ପାଇଁ ଏକ କମିଟି ତାଲିକା ପ୍ରସ୍ତୁତ କରି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ଅନୁମୋଦନ ପାଇଁ ପଠାଇଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jan 21, 2020, 10:33 AM IST

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ମିଡିଆ ଓ ଯୋଗାଯୋଗ କମିଟି ପାଇଁ ଏକ କମିଟି ତାଲିକା ପ୍ରସ୍ତୁତ କରି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ଅନୁମୋଦନ ପାଇଁ ପଠାଇଛି। କମିଟିର ଦାୟିତ୍ବ ଭାର ଦଳର ବରିଷ୍ଠ ଓ ପୁରୁଖା ନେତାଙ୍କୁ ପ୍ରଦାନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ। ଏହାସହ କମିଟିର ଆବାହକ ରହିଛନ୍ତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର। ଦୀପକ ମହାପାତ୍ରଙ୍କୁ ସଂଯୋଜକ ଦାୟିତ୍ବ ଦିଆଯାଇଛି।

ଓଡିଶା ପିସିସିର ମିଡିଆ ଓ ଯୋଗୋଯୋଗ ଟିମ୍ ପ୍ରକାଶିତ

ଏହି ମିଡିଆ ଓ ଯୋଗାଯୋଗ ଟିମକୁ 3ଟି ଟିମରେ ଭାଗ କରାଯାଇଛି। ପ୍ରଥମ ବିଭାଗରେରେ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ଗଣେଶ୍ବର ବେହେରା, ସତ୍ୟପ୍ରକାଶ ନାୟକ, ବିଧାୟକ ତାର ବାହିନୀପତି ଏବଂ ଅଧିରାଜ ମୋହନ ପାଣିଗ୍ରାହୀ, ଯଜ୍ଞେଶ୍ବର ବାବୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଜ୍ଞାନେନ୍ଦ୍ର ବେଉରା ରହିଛନ୍ତି। ସେହିପରି 6 ଜଣ ମୁଖପାତ୍ର, 10 ଜଣିଆ ଟିଭି ପ୍ୟାନେଲିଷ୍ଟ ତାଲିକା ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details