ଭୁବନେଶ୍ବର: ଏଣିକି ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପ୍ରବେଶ ପାଇଁ ଅନଲାଇନ ଟିକେଟ୍ ବାଧ୍ୟତାମୂଳକ । ଆସନ୍ତାକାଲି (ଶୁକ୍ରବାର) ଠାରୁ ଏହି ନିୟମ ଲାଗୁ ହେବ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
କୋରୋନା ପ୍ରୋଟୋକଲର ଅନୁପାଳନ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନ ପରିଦର୍ଶକମାନଙ୍କ ପାଇଁ ଖୋଲା ରହିବ । ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ବଟାନିକାଲ ଗାର୍ଡେନରେ ପ୍ରବେଶ ପାଇଁ ଅନଲାଇନ୍ ବୁକିଂ ଟିକେଟ୍ ବାଧ୍ୟତାମୂଳକ ଅଟେ । ତେବେ ଏହି ଦୁଇଟି ସ୍ଥାନକୁ ପ୍ରବେଶ ପାଇଁ କୌଣସି କାଉଣ୍ଟର ଟିକେଟ ଉପଲବ୍ଧ ହେବ ନାହିଁ ।