ଭୁବନେଶ୍ବର: 2021 ଜାନୁଆରୀରୁ ଅନଲାଇନରେ ବାର୍ଷିକ ଭୂ-ସମ୍ପତ୍ତି ଟିକସ ଦାଖଲ କରିବେ ନୋଟାରୀ। ପେପର ବଞ୍ଚାଇବା ସହ ସମସ୍ତ ତଥ୍ୟର ସୁରକ୍ଷା ଓ ସୁବିଧା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରିଛି ଆଇନ ବିଭାଗ । ଏନେଇ ସୋମବାର ଲୋକସେବା ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ୱେବସାଇଟ ଉନ୍ମୋଚନ କରିଛନ୍ତି ।
ଏଣିକି ଅନଲାଇନରେ ବାର୍ଷିକ ଭୂ-ସମ୍ପତ୍ତି ଟିକସ ଦାଖଲ - annual incom returns
ଏଣିକି ଅନଲାଇନରେ ବାର୍ଷିକ ଭୂ-ସମ୍ପତ୍ତି ଟିକସ ଦାଖଲ କରିବେ ନୋଟାରୀ ।
![ଏଣିକି ଅନଲାଇନରେ ବାର୍ଷିକ ଭୂ-ସମ୍ପତ୍ତି ଟିକସ ଦାଖଲ Online pay](https://etvbharatimages.akamaized.net/etvbharat/prod-images/768-512-5779009-thumbnail-3x2-kkkkkkkk.jpg)
Online pay
ଭୁବନେଶ୍ବର ମହାନଗର ନିଗମ ପାଇଁ bhubaneswar.me ଏବଂ ଅନ୍ୟ ସମସ୍ତ ସରହାରଞ୍ଚଳ ପାଇଁ ulbodisha.gov.inରେ ଆଦାୟ ଟିକସ ଦେଇପାରିବେ। ସେହିପରି ଟିକସ ଆଦାୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପାଇଁ ମ୍ୟୁନିସିପାଲ ପ୍ରିମିୟର ଲିଗ ଆରମ୍ଭ ହୋଇଛି। ପ୍ରଚଳିତ ବ୍ୟବସ୍ଥାରେ ସୁଦୃଢ କରିବା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ