ଭୁବନେଶ୍ବର: ଫଟାଫଟ ଘରେ ପହଞ୍ଚିବ ସ୍ବାଦିଷ୍ଟ ଖାଇବା । ଗୋଟିଏ ଫୋନ କଲରେ ଆପଣଙ୍କ ପ୍ରିୟ ରେସ୍ତୋରାଁ ଖାଇବା ପାଇ ପାରିବେ । ରାଜଧାନୀ ଏହା କିଛି ନୂଆ ନୁହେଁ । ହେଲେ କିଛି ସ୍ବତନ୍ତ୍ର ବ୍ୟବସ୍ଥା ସହିତ ଭୁବନେଶ୍ବରରେ ଆରମ୍ଭ ହୋଇଛି ସ୍କୁପି(scoopy)। ଏହି ସଂସ୍ଥା ଅନଲାଇନ ମାଧ୍ୟମରେ ଖାଇବା ଯୋଗାଇବ ।
ପ୍ରଥମ ଅର୍ଡରରେ ୧୦ ପ୍ରତିଶତ ରିହାତି ରହିଛି । ଏହା ସହିତ ଭୁବନେଶ୍ବରରେ ମାଗଣା ବିତରଣର ସୁବିଧା ମଧ୍ୟ ରହିଛି । ପ୍ଲେ ଷ୍ଟୋରକୁ ଯାଇ ଏହି ଆପ ଡାଉନଲୋଡ କରି ପାରିବେ । ଯେଉଁ ବ୍ୟକ୍ତି ମାନଙ୍କ ପାଖରେ ସ୍ମାର୍ଟ ଫୋନର ସୁବିଧା ଉପଲବ୍ଧ ନାହିଁ ସେମାନେ ଫୋନ ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ । ପସନ୍ଦର ରେସ୍ତୋରାଁରୁ ସମସ୍ତ ଖାଇବା ଅର୍ଡର କରିପାରିବେ । ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାର ସେବାରୁ ଉପକୃତ ହୋଇପାରିବେ ।