ଭୁବନେଶ୍ବର: ପୋଲିସ ନଜରରୁ ବର୍ତ୍ତିବାକୁ ଅନଲାଇନ ଡେଲିଭେରି ବୟଙ୍କ କାରନାମା । ସୂଚନାନୁସାରେ ମାଛ ଅନଲାଇନ ଡେଲିଭେରି ପାଇଁ ମିଳିଥିଲା ଅନୁମତି । ହେଲେ ବୁଲି ବୁଲି ବିକ୍ରି କରୁଥିଲେ ଦେଶି ମଦ । ଏମିତି କିଛି ତଥ୍ୟ ଅବକାରୀ ଟିମ୍ ହାତରେ ଲାଗିଛି ।
ଆଉ ଏମିତି କିଛି ସୁରାକ ମଧ୍ୟ ଏକ୍ସାଇଜ ମୋବାଇଲ ସ୍କ୍ବାଡ ଟିମ ହାତରେ ଲାଗିଛି । କ୍ଲିନଟେକ କମ୍ପାନିର ଦୁଇ ଡେଲିଭରି ବୟଙ୍କୁ ଗିରଫ କରିଛି ଏକ୍ସାଇଜ ଟିମ । ସେମାନଙ୍କଠୁ ସ୍କୁଟି ଗାଡି ସହ ଦେଶି ମଦ ଜବତ କରିଛି । ସେମାନେ ହେଲେ ମିଟୁ ବେହେରା ଓ ତାର ସହଯୋଗୀ । ଦୁହିଁକୁ ଗିରଫ ପରେ ଏବେ ସାମ୍ନାକୁ ଆସିଛି କିଭଳି ଅନଲାଇନ ଡେଲିଭରି ବା ଅତ୍ୟାବଶ୍ୟକ ସେବା ଆଳରେ ବେଆଇନ କାରବାର ଚାଲୁଛି ।