ଭୁବନେଶ୍ବର: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ମୁକାବିଲା ପାଇଁ ସରକାର କରିଛନ୍ତି ଦେଶବ୍ୟାପୀ ଲକଡାଉନ । ଆଉ ଏହି ଲକଡାଉନ ଯୋଗୁଁ ଠପ ହୋଇ ଯାଇଛି ଜନ ଜୀବନ । ପର୍ବ ପର୍ବାଣୀ, ଉତ୍ସବ ପାଳନ ବି ବନ୍ଦ । କାରଣ ସାମୁହିକ ଏକତ୍ରିତ ହେବାକୁ ମନା । କିନ୍ତୁ ଏସବୁ ଭିତରେ ଆରମ୍ଭ ହୋଇଛି ଡ୍ୟାନ୍ସ ଫେଷ୍ଟିଭାଲ । ଯାହାକି କୌଣସି ଷ୍ଟେଜ ସୋ କି କୌଣସି ମଣ୍ଡପରେ ନୁହେଁ ବରଂ ଅନଲାଇନ ପ୍ଲାଟଫର୍ମରେ । ଯାହାର ଘରେ ବସି ମଜା ନେଇପାରିବେ ଦର୍ଶକ । ଏଭଳି ଏକ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ବର ଲାଶ୍ୟକଳା ଡ୍ୟାନ୍ସ ଭିଜନ ।
ଜମିବ ଆସର, କୋରୋନାକୁ ମାତ ଦେବେ କଳାକାର - ଭୁବନେଶ୍ବର ଲାଶ୍ୟକଳା ଡ୍ୟାନ୍ସ ଭିଜନ
ଲକଡାଉନ ଯୋଗୁଁ ଜନ ଜୀବନ ସବୁ ଠପ ହୋଇଯାଇଥିବା ବେଳେ ଅନଲାଇନ ପ୍ଲାଟଫର୍ମରେ ଆରମ୍ଭ ହୋଇଛି ଡ୍ୟାନ୍ସ ଫେଷ୍ଟିଭାଲ । ବିଶ୍ବ ମାତୃ ଦିବସ ଅବସରେ ହାପି ଫର ହୋପ ଜରିଆରେ ଏହା ଆରମ୍ଭ କରିଛନ୍ତି ଲାଶ୍ୟକଳା ମୁଖ୍ୟ ତଥା ଓଡିଶୀ ଡ୍ୟାନ୍ସର ଶାଶ୍ବତ ଯୋଶୀ। ଅଧିକ ପଢନ୍ତୁ...
ଅନଲାଇନରେ ଡ୍ଯାନସ ଫେଷ୍ଟିଭାଲ, କରୋନା ପାଇଁ ଆୟୋଜନ କଲେ କଳାକାର
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ