ଓଡିଶା

odisha

ETV Bharat / city

ଦୂରଦର୍ଶନରେ ପାଠ ପଢିବେ ଦ୍ୱାଦଶ ଛାତ୍ରଛାତ୍ରୀ - Online Classes in Doordarshan

ଦୂରଦର୍ଶନରେ ପାଠପଢିବେ ଛାତ୍ରଛାତ୍ରୀ। ଆସନ୍ତା 17 ତାରିଖରୁ ଟିଭି ମାଧ୍ୟମରେ ପାଠ ପଢିବେ ଦ୍ୱାଦଶ ଶ୍ରେଣୀ ପିଲା । ଅଧିକ ପଢନ୍ତୁ..

ଦୂରଦର୍ଶନରେ ପାଠ ପଢିବେ ଦ୍ୱାଦଶ ଛାତ୍ର ଛାତ୍ରୀ
ଦୂରଦର୍ଶନରେ ପାଠ ପଢିବେ ଦ୍ୱାଦଶ ଛାତ୍ର ଛାତ୍ରୀ

By

Published : Jun 12, 2021, 10:53 PM IST


ଭୁବନେଶ୍ବର: ଦୂରଦର୍ଶନରେ ହେବ ପାଠପଢା। କୋଭିଡ ମହାମାରୀ ମଧ୍ୟରେ ପିଲାମାନେ ଯେପରି ଘରେ ବସି ପାଠ ପଢିବେ ସେଥିପାଇଁ କରାଯାଇଛି ବ୍ୟବସ୍ଥା । ଆସନ୍ତା 17 ତାରିଖରୁ ଟିଭି ମାଧ୍ୟମରେ ପାଠ ପଢିବେ ଦ୍ୱାଦଶ ଶ୍ରେଣୀ ପିଲା। ଏନେଇ ସମୃକ୍ତ ବିଭଗ ପକ୍ଷରୁ କ୍ଳାସର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଦୂରଦର୍ଶନରେ ପାଠ ପଢିବେ ଦ୍ୱାଦଶ ଛାତ୍ର ଛାତ୍ରୀ


କୋରୋନା ମହାମାରୀ ପାଇଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି । ଏଣୁ ସ୍କୁଲ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢ଼ାଯିବ । ହେଲେ ଦ୍ୱାଦଶ ଶ୍ରେଣୀ ପିଲାମାନେ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ । ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଷୟ ଆସନ୍ତା 17 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ହେବ। ଏହି 4 ଦିନ ପାଇଁ ସକାଳ 9 ଟାରୁ ରାତି 10ଟା ପର୍ଯ୍ୟନ୍ତ କ୍ଳାସ କରାଯିବ।

ଗୁରୁବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପାଠ ପଢ଼ିବାକୁ ସ୍ଥିର କରାଯାଇଥିବା ବେଳେ ଶନିବାର ଏବଂ ରବିବାର ପାଠପଢ଼ା ବନ୍ଦ ରହିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details