ଭୁବନେଶ୍ବର : ଟୁଙ୍ଗୁରୁ ଭୋଳ ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଚେହେରା । ସବୁଠି ଟୁଙ୍ଗୁରୁ ଓ ବର୍ଷାଙ୍କୁ ନେଇ ବେଶ ଚର୍ଚ୍ଚା। ଏପରିକି ସୋସିଆଲ ମିଡିଆରେ ଛାଇ ଯାଉଛି ଉଭୟଙ୍କ ଫଟୋ ଓ ଭିଡିଓ । ହେଲେ ଏହାକୁ ବିରୋଧ କରିଛନ୍ତି ଅନଲାଇନ ଅଟୋ ଡ୍ରାଇଭର ମହାସଂଘ ।
ଖରାପ କାର୍ଯ୍ୟ କରୁଥିବା ଲୋକଙ୍କୁ ରାତାରାତି ସେଲିବ୍ରେଟି କରୁଛି ସୋସିଆଲ ମିଡିଆ । ହେଲେ ଭୁଲିଯାଉଛି କଳା ଓ ସଂସ୍କୃତିର ଗାଥା । ଆଉ ପାସୋରି ଦେଉଛି ଓଡିଶାର ଗରିମାମୟୀ ବ୍ୟକ୍ତିତ୍ୱ ଓ ଅସ୍ତିତ୍ବର କାହାଣୀ। ଆଉ ଏହାକୁ ପ୍ରୋତ୍ସାହିତ କରୁଛନ୍ତି ଆମ କଳାକାର। ବଦନାମ ହେଉଛି ଆମ ପରିବେଶ ଆମ ପରିଚୟ । ଏଳଭି କିଛି ଅଭିଯୋଗ କରି ଟୁଙ୍ଗୁରୁ ଭୋଳ, ବର୍ଷା ସମେତ ଏମାନଙ୍କୁ ନେଇ ଗୀତ ପ୍ରସ୍ତୁତ କରୁଥିବା ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ଭୁବନେଶ୍ବର ଅନଲାଇନ ଅଟୋ ଡ୍ରାଇଭର ମହାସଂଘ।
ଡିସିପିଙ୍କୁ ଭେଟି ଟୁଙ୍ଗୁରୁଭୋଳ, ବର୍ଷା ସମେତ ଏମାନଙ୍କୁ ନେଇ ଗୀତ ପ୍ରସ୍ତୁତ କରୁଥିବା ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । କାରଣ ଖରାପ କାମ କରି ରାତାରାତି ଏଠି ସେଲିବ୍ରେଟି ବଦନାମ ବାଦଶାହା। ହେଲେ ଏମାନଙ୍କ ଆଳରେ ହଜିଯାଉଛି କଳା ସଂସ୍କୃତି ,ପ୍ରତିଭା ଓ ଗୁଣବାନ ବ୍ଯକ୍ତିତ୍ବଙ୍କ ସଂଘର୍ଷର କାହାଣୀ । କାରଣ ଏଠି ଟ୍ରେଣ୍ଡ ପଛରେ ଦୌଡି କଳାଜଗତର କଳାକାର କଳା ଓ ସଂସ୍କୃତିର ବିକାଶ ବଦଳରେ ବିନାଶରେ ବ୍ଯସ୍ତ ।