ଭୁବନେଶ୍ବର: ଅଫଲାଇନ ଓ ଅନଲାଇନ କ୍ଳାସ ଶିକ୍ଷକଙ୍କ ପାଇଁ ହେବ ବଡ ଚ୍ୟାଲେଞ୍ଜ । ଯାହା 9ମ ଓ 10ମ ଶ୍ରେଣୀର ପିଲାଙ୍କୁ ପାଠପଢ଼ିବା ସହ 1ମରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନରେ ପାଠ ପଢ଼ାଯିବ । ଏହା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ।
ସୋମବାର ରାଜ୍ୟ ସରକାର କୋରୋନାର ନୂତନ ଗାଇଡଲାଇନ ଅନୁଯାୟୀ ଫେବୃୟାରୀ 8ରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଛନ୍ତି । ଯାହା କୋଭିଡ କଟକଣା ମଧ୍ୟରେ କ୍ଳାସ କରାଯିବ । ପ୍ରଥମ ପର୍ଯ୍ୟାୟରେ ସରକାର ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ର ଛାତ୍ରୀ ଓ 10ମ ଶ୍ରେଣୀ ଖୋଲା ଯାଇଥିବାବେଳେ ଏବେ 9ମ ଓ ଏକାଦଶ ଶ୍ରେଣୀ ଖୋଲିଛନ୍ତି । ସେପଟେ ଗତ ଲକଡାଉନ ସମୟରେ ନିଜ ଚେଷ୍ଟା ଅନୁସାରେ ପାଠ ପଢିଛୁ କିନ୍ତୁ 10 ମାସ ମଧ୍ୟରେ କୌଣସି ପ୍ରକାରର ଅନଲାଇନ ମଧ୍ୟମରେ କ୍ଳାସ ହୋଇନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ସେହିପରି ଚଳିତ ବର୍ଷ ଜାନୁଆରୀ 10 ତାରିଖରୁ ଅନଲାଇନ ମାଧ୍ୟମରେ ପାଠପଢା ହୋଇଛି । ତେଣୁ କ୍ଳାସ ଖୋଲିଲେ ଭଲ ଭାବରେ ପାଠ ପଢା ହେବ ବୋଲି ଛାତ୍ରୀ କହିଛନ୍ତି ।