ଓଡିଶା

odisha

ETV Bharat / city

ଅନଲାଇନ-ଅଫଲାଇନ‌ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ - ଅଟୋ ଚାଳକ ସମସ୍ୟା ଭୁବନେଶ୍ବର

ଅନଲାଇନ ଓ ଅଫଲାଇନ‌ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ । ଥାନାରେ ଆପୋଷ ବୁଝାମଣା । ଅଧିକ ପଢନ୍ତୁ

ଅନଲାଇନ-ଅଫଲାଇନ‌ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ
ଅନଲାଇନ-ଅଫଲାଇନ‌ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ

By

Published : May 3, 2022, 4:17 PM IST

Updated : May 4, 2022, 10:09 AM IST

ଭୁବନେଶ୍ବର: ଅନଲାଇନ ଓ ଅଫଲାଇନ‌ ଅଟୋ ଚାଳକଙ୍କ ମଧ୍ୟରେ ବିବାଦ ନେଲା ଉଗ୍ରରୂପ । ରସୁଲଗଡ ଛକ ଏସପ୍ଲାନେଡ ମଲ ସାମ୍ନାରେ ମାର୍‌ପିଟ୍ । ଦୁଇ ଗୋଷ୍ଠୀ ମଧ୍ୟରେ ଯାତ୍ରୀ ନେବାକୁ ନେଇ ଦେଖାଦେଇଛି ଖଣ୍ଡଯୁଦ୍ଧ । ଖବର ପାଇ ଶହୀଦନଗର ଥାନା ପୋଲିସ ପହଞ୍ଚି ଆପୋଷ ବୁଝାମଣା କରାଇଛି ।

ପୋଲିସ ପହଞ୍ଚି ଦୁଇ ଗୋଷ୍ଠୀର ଦୁଇ ଜଣ ଲେଖାଏଁ ଅଟୋ ଚାଳକଙ୍କୁ ଥାନାକୁ ଉଠାଇ ନେଇ ବୁଝାସୁଝା କରିଥିଲା । ଏନେଇ ଥାନା ପରିସରରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷରୁ ଥାନାରେ ଆପୋଷ ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡିଛି । ତେବେ ଅନଲାଇନ ଅଟୋ ଗ୍ରୁପର ଲିଗାଲ ଆଡଭାଇଜର ସୀତାକାନ୍ତ ଦାସ କହିଛନ୍ତି ଯେ, 'ଅଲନାଇନ ଅଟୋ ଚାଳକଙ୍କୁ ଅଟକାଉଛନ୍ତି ଅଫଲାଇନ ଅଟୋ ଚାଳକ । ଏପରିକି ଗାଳି ଗୁଲଜ ମଧ୍ୟ କରୁଛନ୍ତି । ରାସ୍ତା ଉପରେ ଅଶାଳୀନ ଭାବେ ଇଙ୍ଗିତ କରି ମାରପିଟ କରୁଛନ୍ତି ।'

ବିଶେଷ କରି ଏସପ୍ଲାନେଡ ମଲ ନିକଟରେ ଯାତ୍ରୀଙ୍କୁ ଛାଡିବା ପାଇଁ ଗଣ୍ଡଗୋଳ ହୋଇଥିଲା । ଅଫଲାଇନ ଅଟୋ ଚାଳକ, ଅନଲାଇନ ଅଟୋ ଚାଳକଙ୍କୁ ମଲ୍ ମଧ୍ୟକୁ ପ୍ରବେଶ ନେଇ ବାରଣ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ପହଞ୍ଚି ଅଫଲାଇନ ଅଟୋ ଚାଳକ, ଯାତ୍ରୀଙ୍କୁ ସାମ୍ନା ପଟ ଗେଟ ଏବଂ ଅନଲାଇନ ଅଟୋ ଚାଳକ ପଛ ପଟ ଗେଟରୁ ଯାତ୍ରୀଙ୍କୁ ନେବା ପାଇଁ ନିଷ୍ପତ୍ତି ନେବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଅନଲାଇନ ଅଟୋ ଗ୍ରୁପର ଲିଗାଲ ଆଡଭାଇଜର ସୀତାକାନ୍ତ ଦାସ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 4, 2022, 10:09 AM IST

ABOUT THE AUTHOR

...view details