ଓଡିଶା

odisha

ETV Bharat / city

ଗରିବଙ୍କୁ କନ୍ଦାଉଛି ପିଆଜ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି - ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଭୁବନେଶ୍ବରରେ ପିଆଜର ଦରବୃଦ୍ଧି ପ୍ରତିବାଦରେ ମହାତ୍ମାଗାନ୍ଧୀ ମାର୍ଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାରେ ପ୍ରତିବାଦ କରିଛି।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

By

Published : Nov 6, 2019, 11:03 PM IST

ଭୁବନେଶ୍ବର: ଗରିବଙ୍କୁ କନ୍ଦାଇବାରେ ଲାଗିଛି ପିଆଜ। ଦିନକୁ ଦିନ ଏହାର ଦର ହୁ ହୁ ହୋଇ ବଢି ଚାଲିଛି। ଯାହା ଏବେ ଖାଉଟି ମୁଣ୍ଡରେ ଚଡକ ପକାଇଛି। ବୁଧବାର ଏହାର ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରତିବାଦ କରାଯାଇଛି।

ରାଜଧାନୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏକ ରାଲିରେ ନିଜ ଦଳୀୟ କାର୍ଯ୍ୟଳୟରୁ ବାହାରି ରାଜମହଲ ଦେଇ ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଯାଇଥିଲା। ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଗରିବ ଲୋକ ପଖାଳ ସହିତ ପିଆଜ ଖାନ୍ତି, ହେଲେ ଏହାର ଦର ବୃଦ୍ଧି ଫଳରେ ଲୋକେ ଏହାକୁ ଖାଇ ପାରୁନାହାଁନ୍ତି। ସରକାରଙ୍କ ଯୋଜନା ଫେଲ ମାରିଛି। କଳା ବଜାରୀ ହେଉଛି, ଏହାର ଭରପୂର ଫାଇଦା ନେଉଛି ବୋଲି ଦଳ ନିଜର ମତ ରଖିଛି। ଯଦି ଆଗାମୀ ଦିନରେ ପିଆଜ ଦର ସହ ପରବା ଦର ଆଦି କମ ନ ହୁଏ, ଦଳ ପକ୍ଷରୁ ଆନ୍ଦେଳନକୁ ଆହୁରି ଜୋରଦାର କରାଯିବ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details