ଓଡିଶା

odisha

ETV Bharat / city

ହୁ ହୁ ହୋଇ ବଢୁଛି ଆଳୁ ଓ ପିଆଜ ଦର, ଖାଉଟି ମୁଣ୍ଡରେ ଚଡକ - consumer are in tention

ବଜାରରେ ମହଙ୍ଗା ମାଡ଼, ଆହୁରି ବଢିବ ଆଳୁ ପିଆଜର ଦର। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଯୋଗୁଁ ଧୀରେ ଧୀରେ ଓଡ଼ିଶାର ଆଳୁ ପିଆଜ ସହ ଅନ୍ୟ ପରିବାରର ଦର ମଧ୍ୟ ବଢ଼ିବାରେ ଲାଗିଛି।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Aug 22, 2019, 5:30 AM IST

ଭୁବନେଶ୍ବର: ବଜାରରେ ହଠାତ୍ ମହଙ୍ଗା ମାଡ଼। ପିଆଜ ଦର କିଲୋ ପିଛା 30 ରୁ 35 ଟଙ୍କା ଥିବା ବେଳେ ଆଳୁ ଦର 15 ରୁ 20 ଟଙ୍କା ହୋଇଛି। ତେବେ ଆଗାମୀ ଦିନରେ ଆହୁରି ବଢିବ ଆଳୁ ଓ ପିଆଜର ଦର। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଯୋଗୁଁ ଧୀରେ ଧୀରେ ଓଡ଼ିଶା ବଜାରରେ ଆଳୁ ପିଆଜ ସହ ଅନ୍ୟ ପରିବାର ଦର ମଧ୍ୟ ବଢ଼ିବାରେ ଲାଗିଛି। ଏହି ଦର ବୃଦ୍ଧି ଆଗାମୀ ଦିନରେ ଖାଉଟିଙ୍କୁ ହନ୍ତସନ୍ତ କରିବା ସୁନିଶ୍ଚିତ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଅନ୍ୟ ପଟେ ବଜାରରେ ପରିବା ଦର ବି ଆକାଶ ଛୁଆଁ ହୋଇଛି କାଙ୍କଡ଼ କିଲୋ ପିଛା 150 , ବିଲାତି କିଲୋଗ୍ରାମ ପିଛା 50 ରୁ 60 ଟଙ୍କା ,କାକୁଡି କିଲୋ 40 ରୁ 50 ଟଙ୍କା ରହିଛି। ଏସବୁ ଦର ବୃଦ୍ଧି ବର୍ତ୍ତମାନ ଖାଉଟିଙ୍କ ମୁଣ୍ଡରେ ଚଡକ ପକାଇବା ସହ ଗୃହୀଣିଙ୍କୁ ଚୁଲି ମୁଣ୍ଡକୁ ମାଡ କରିଛି।

ଗତ ମାସ ପିଆଜର ପାଇକାରୀ ଦର 12 ଟଙ୍କା ଥିବା ବେଳେ ଖୁଚୁରା ବେପାରୀ ତାକୁ 15 ଟଙ୍କାରେ ବିକ୍ରି କରୁଥିଲେ । ଏବେ ପିଆଜର ପାଇକାରି ଦର 22 ରୁ 25 ଟଙ୍କା ହୋଇଯିବା ଫଳରେ ଗ୍ରାହକ ପାଖରେ 30 ଟଙ୍କାରେ ପହଞ୍ଚୁଛି।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details