ଭୁବନେଶ୍ବର:ବିଚ ରାସ୍ତାରେ ମହିଳାଙ୍କୁ ଅଜଣା ଯୁବକଙ୍କ ମାଡ । ଥରେ କି ଦୁଇଥର ନୁହଁ ବାରମ୍ବାର ମାରୁଥିବାର ଦେଖିବାକୁ ମିଳିଛି । ଭୁବନେଶ୍ବର ସ୍ଥିତ ଇନ୍ଦିରାଗାନ୍ଧୀ ପାର୍କ(IG Park) ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଲୋକଙ୍କ ଉପସ୍ଥିତିରେ ଅତି ନିର୍ଦ୍ଦୟ ଭାବେ ଯୁବତୀଙ୍କୁ ମାଡ ମାରୁଛନ୍ତି ଜଣେ ସ୍ବିଗି ଟି-ସାର୍ଟ ପିନ୍ଧିଥିବା ଡେଲିଭେରୀ ବଏ ।
କାରଣ ଯୁବତୀ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ପାଟିତୁଣ୍ଡ ବେଳେ ମୁଣ୍ଡ ପୁରାଇଥିଲେ ସ୍ବିଗି ବଏ । ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଥରରେ ମାଡ ମାରିବା ସହ ହାତରେ ମଧ୍ୟ ଚାପୁଡା ମାରୁଥିଲେ । ଯାହାକୁ ଦେଖି ସ୍ବିଗି ବଏ ମାମଲା ବୁଝିବାକୁ ଚେଷ୍ଟା କରିଥିଲେ । ହେଲେ ଯୁବତୀ ଜଣକ ତାଙ୍କ କଥାରେ କେହି ମୁଣ୍ଡ ନପୁରାଇବାକୁ କହିବା ସହ ତୁମ ପରିଚୟ କଣ ତୁମେ କିଏ ଆମ କଥାରେ ମୁଣ୍ଡ ପୁରାଇବ ବୋଲି ରାଗିଯାଇ ପ୍ରଶ୍ନ କରିଥିଲେ । ଏହାପରେ ମୁଁ ପବ୍ଲିକ ବୋଲି କହିଥିଲେ ସ୍ବିଗି ବଏ । ଏତିକିରେ ରାଗିଯାଇ ଅଶ୍ଳୀଳ ଶବ୍ଦ କହିବା ଆରମ୍ଭ କରିଥିଲେ ଯୁବତୀ ଜଣକ ।