ଓଡିଶା

odisha

ଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚ୍ୟାଲେଞ୍ଜ

By

Published : Jan 15, 2022, 9:59 PM IST

ସର୍ବବୃହତ ଟୀକାକରଣ ଅଭିଯାନକୁ ପୁରିଛି ବର୍ଷେ । ୧୨୨ କୋଟିରୁ ଅଧିକ ଲୋକେ ନେଲେଣି ଟିକା । ଅଧିକ ପଢନ୍ତୁ

ଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚାଲେଞ୍ଜ
ଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚାଲେଞ୍ଜ

ଭୁବନେଶ୍ବର: ଟୀକାକରଣକୁ ପୁରିଛି ବର୍ଷେ । 2021 ଜାନୁଆରୀ 16 ତାରିଖରେ ଆରମ୍ଭ ହୋଇଥିଲା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ । ଏହି ଅଭିଯାନ ଆମ ରାଜ୍ୟ ଓଡିଶା ପାଇଁ ମଧ୍ୟ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ବିଶେଷ ଭାବରେ ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚ୍ୟାଲେଞ୍ଜ ।

ଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚାଲେଞ୍ଜ
୨୦୨୧ ଆଜିର(ଜାନୁଆରୀ ୧୬) ଦିନରେ ବିଭିନ୍ନ ପର୍ଯ୍ୟାୟରେ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀ, ଫେବୃଆରୀରେ ଆଗଧାଡ଼ିର ଯୋଦ୍ଧାଙ୍କୁ ଟୀକାକରଣ, ମାର୍ଚ୍ଚରେ 60 ବର୍ଷ ସହିତ 45 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଥିଲା, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିଲେ । ଏପ୍ରିଲ ମାସରେ 45 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଥିଲା । ମେ' ମାସରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ କରାଯାଇଥିଲା । ସେହିପରି ଜାନୁଆରୀ 3 ତାରିଖରୁ 15 ରୁ 18 ବର୍ଷର ପିଲାଙ୍କୁ ଟୀକାକରଣ କରାଯାଇଛି । ଏପର୍ଯ୍ୟନ୍ତ 5 କୋଟି 41 ଲକ୍ଷ 77 ହଜାର 116 ଡୋଜ ଟିକା ଦିଆଯାଇଛି ।
ଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚାଲେଞ୍ଜ

ସେଥିରୁ ପ୍ରଥମ ଡୋଜ 92.4% ଓ ଉଭୟ ଡୋଜ ନେଇଛନ୍ତି 90% । ଓଡିଶାରେ ଟିକା ଦେବା ପାଇଁ ଆମ ପାଖରେ ଏକ ବଡ ଚ୍ୟାଲେଞ୍ଜ ରହିଥିଲା । ଉପାନ୍ତ ଅଞ୍ଚଳରେ କିଭଳି ଟୀକାକରଣ ହେବ ସେନେଇ ମଧ୍ୟ ପ୍ରସ୍ତୁତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ଆଜି ପର୍ଯ୍ୟନ୍ତ ଟୀକାକରଣ କରିପାରୁଛୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଟୀକାକରଣକୁ ପୁରିଲା ବର୍ଷେ, ଉପାନ୍ତ ଅଞ୍ଚଳରେ ଟୀକାକରଣ ପାଇଁ ଥିଲା ବଡ ଚାଲେଞ୍ଜ


ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲର ଉପନିରୀକ୍ଷକ ଧନଞ୍ଜୟ ଦାସ କହିଛନ୍ତି ଯେ, ଆରମ୍ଭରୁ ଟୀକାକରଣ କେନ୍ଦ୍ରରେ ଅହେତୁକ ଭିଡ଼ ହେଉଥିଲା । କୋରୋନା ଭୟରେ ଅନେକ ଲୋକେ ହସ୍ପିଟାଲକୁ ଆସି ଟିକା ନେବାକୁ ଚାହୁଁଥିଲେ । ବର୍ତ୍ତମାନ ଏକ ବର୍ଷ ପୁରିଛି ଅନେକ ଲୋକେ ମଧ୍ୟ ଟିକା ନେଇନାହାନ୍ତି । ବର୍ତ୍ତମାନ ମଧ୍ୟ ଟୀକାକରଣ ଚାଲିଛି । ସେଥିପାଇଁ 4ଟି କାଉଣ୍ଟର କରାଯାଇଛି । ବର୍ତ୍ତମାନ 15 ରୁ 18 ବର୍ଷ ପିଲାଙ୍କୁ ଟିକା ଦିଆଗଲାଣି । ତେଣୁ ଟୀକାକରଣରେ ଓଡିଶା ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି କହିଛନ୍ତି ।

ରାଜ୍ୟରେ ଟୀକାକରଣକୁ ନେଇ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ବିଭନ୍ନ ପଦକ୍ଷେପ ନେଇଛନ୍ତି । ଯେଉଁଭଳି ଭାବରେ କି ଯେଉଁମାନେ ଟୀକାକରଣ କେନ୍ଦ୍ରକୁ ଆସିପାରୁନାହାନ୍ତି ସେମାନଙ୍କ ପାଇଁ ଘର ଘରକୁ ଯାଇ ଟୀକାକରଣ କରାଯାଉଛି । ମୋବାଇଲ ଭ୍ୟାନ ମାଧ୍ୟରେ ମଧ୍ୟ ଟୀକାକରଣ କରାଯାଉଛି । ଲକ୍ଷ୍ୟ ସମସ୍ତେ ଟୀକାକରଣ ହେବେ ।

ସୂଚନା ଅନୁଯାୟୀ, ଦେଶରେ 2021 ଜାନୁଆରୀ 16 ତାରିଖରେ ଥିଲା ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ 19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ଦେଶର କୋଣ ଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ 3006 ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ସହ ଯୋଡି ହୋଇଥିଲେ ।

ତେବେ କୋରୋନା ମହାମାରୀକୁ ରୋକିବା ପାଇଁ ଭାରତ ଏକାସଙ୍ଗେ ଦୁଇଟି ଟିକା ପ୍ରସ୍ତୁତ କରିଥିଲା । ଭାରତ ଭଳି ଏକ ଜନବହୁଳ ଦେଶରେ କରୋନାକୁ ରୋକିବା ଏକ ଚିନ୍ତାର ବିଷୟ ହୋଇପଡିଥିଲା। ତେବେ ଜାନୁଆରୀ 16 ତାରିଖରେ ଆରମ୍ଭ ହୋଇ ଆଜିକୁ ବର୍ଷେ ପୁରିଛି ଟୀକାକରଣ । ରାଜ୍ୟରେ ଜାନୁଆରୀ 16 ତାରିଖରେ 1 ଲକ୍ଷ 2 ହଜାର 58 ଜଣ ଟୀକା ନେଇଥିଲେ ।


ଭାରତରେ ବର୍ତ୍ତମାନ ସୁଦ୍ଧା 156 କୋଟି 37 ଲକ୍ଷ 32 ହଜାର 297 ଡୋଜ ନେଇଥିବାବେଳେ ଓଡିଶାରେ ବର୍ତ୍ତମାନ ସୁଦ୍ଧା 5 କୋଟି 41 ଲକ୍ଷ 77 ହଜାର 116 ଡୋଜ ଦିଆସରିଛି । ସେଥିମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି 3 କୋଟି 10 ଲକ୍ଷ 99 ହଜାର 391 ଏବଂ ଦ୍ୱିତୀୟ ଡୋଜ ନେଇଛନ୍ତି 2 କୋଟି 28 ଲକ୍ଷ 56 ହଜାର 853 ।


ତେବେ ଟୀକାକରଣକୁ ବର୍ଷେ ପୂରଣ ଅବସରରେ ରାଜ୍ୟରେ ପୁରୁଷ 2 କୋଟି 65 ଲକ୍ଷ 62 ହଜାର 108 ଓ ମହିଳା 2 କୋଟି 72 ଲକ୍ଷ 95 ହଜାର 748 ଜଣ ଜଣ ଟିକା ନେଇସାରିଛନ୍ତି । ତେବେ କୋଭିସିଲ୍ଡ ଟିକା ନେଇଛନ୍ତି 4 କୋଟି 69 ଲକ୍ଷ 76 ହଜାର 213 ଓ କୋଭାକ୍ସିନ ନେଇଛନ୍ତି 71 ଲକ୍ଷ 106 ଜଣ ।


ଅନ୍ୟପଟେ ରାଜ୍ୟରେ 9 ଲକ୍ଷ 64 ହଜାର 639 ଜଣ, 15 ରୁ 18 ବର୍ଷର ପିଲାଙ୍କୁ ଟୀକାକରଣ କରାସରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details