ଓଡିଶା

odisha

By

Published : Oct 9, 2021, 8:46 AM IST

ETV Bharat / city

କୋରୋନାକୁ ହରାଇଲା ବର୍ଷକର ଶିଶୁ

କୋରୋନାକୁ ମାତ ଦେଲା ବର୍ଷକର ଶିଶୁ । ଭେଣ୍ଟଲେଟରରେ ରହିଥିଲା 8 ଦିନ । କୋରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇଥିଲା । ଅଧିକ ପଢନ୍ତୁ...

କୋରୋନାକୁ ହରାଇଲା ବର୍ଷକର ଶିଶୁ
କୋରୋନାକୁ ହରାଇଲା ବର୍ଷକର ଶିଶୁ

ଭୁବନେଶ୍ବର: କୋରୋନା ମହାମାରୀକୁ ନେଇ ଚାଲିଆଡେ ଭୟର ବାତାବରଣ ଦେଖାଦେଇଛି । ହେଲେ ଏହାରି ମଧ୍ୟରେ ଏକ ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି । କୋଭିଡରୁ ସୁସ୍ଥ ହୋଇଛି ବର୍ଷକର ଶିଶୁ । କୋରୋନାରେ ସଂକ୍ରମିତ ହୋଇ ଗୁରୁତର ଥିବା ଜଣେ ବର୍ଷକର ଶିଶୁ ଭେଣ୍ଟଲେଟରରେ ଦୀର୍ଘ 8 ଦିନ ରହିବା ପରେ ସୁସ୍ଥ ହୋଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ନୀଳଗିରି ଅଞ୍ଚଳର ଜୟନ୍ତ ପଟ୍ଟନାୟକଙ୍କ ଶିଶୁ ପୁତ୍ର ଅମନ ପଟ୍ଟନାୟକ । ଅମନ ଗତ 21 ତାରିଖରେ ଗୁରୁତର ଭାବରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଶିଶୁଟିକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଭେଣ୍ଟଲେଟରରେ ରଖାଯାଇଥିଲା । ତେବେ 8 ଦିନ ଭେଣ୍ଟଲେଟରରେ ରଖିଲା ପରେ 29 ତାରିଖରେ ଭେଣ୍ଟଲେଟରରୁ ବାହାରକୁ ଶିଶୁପୁତ୍ରକୁ ଆଣାଯାଇଥିଲା । ବର୍ତ୍ତମାନ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details