ଓଡିଶା

odisha

ETV Bharat / city

‘ପୁରସ୍କାର ଗର୍ବିତ କରେ, ଆତ୍ମା ଶାନ୍ତି କରେ ପାଠକଙ୍କ ପ୍ରେମ’ - ପୁରସ୍କାର ଗର୍ବିତ କରେ

କେନ୍ଦ୍ର ସାହିତ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ଘୋଷିତ ହୋଇଥିବା ଶ୍ରୀଯୁକ୍ତ ତରୁଣକାନ୍ତି ମିଶ୍ରଙ୍କ ସହିତ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଆସନ୍ତୁ ତାଙ୍କ ଠାରୁ ଶୁଣିବା ତାଙ୍କ ସଫଳତା ବିଷୟରେ ।

one to one with Tusarkanti mishra
ପୁରସ୍କାର ଗର୍ବିତ କରେ, ଆତ୍ମା ଶାନ୍ତି କରେ ପାଠକଙ୍କ ପ୍ରେମ

By

Published : Dec 18, 2019, 11:41 PM IST

ଭୁବନେଶ୍ବର: ପୁରସ୍କାର ପାଇଲେ ବଡ଼ ଆତଙ୍କ ଲାଗେ। ଏହା ଦ୍ବାରା ପାଠକଙ୍କ ତାଙ୍କ ଠାରୁ ଆହୁରି ଉନ୍ନତ କିଛି ପଢିବା ପାଇଁ ଆଶା ପ୍ରକାଶ କରିଥାନ୍ତି। ଅନେକ ସମୟରେ ଏହା ହୁଏତ ଲେଖକ ପକ୍ଷରେ ସମ୍ଭବ ହୋଇ ନଥାଏ। ଯାହାକି ଏକ ବଡ଼ ଆହ୍ବାନ ଓ ଆତଙ୍କ ବୋଲି କହିଛନ୍ତି 2019 ମସିହା ପାଇଁ କେନ୍ଦ୍ର ସାହିତ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ଘୋଷିତ ହୋଇଥିବା ଶ୍ରୀଯୁକ୍ତ ତରୁଣକାନ୍ତି ମିଶ୍ର। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ବିଭିନ୍ନ ବର୍ଗର 2019 ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ କଥାକାର ତଥା ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ତରୁଣ କାନ୍ତ ମିଶ୍ରଙ୍କୁ ତାଙ୍କ ସାହିତ୍ୟ କୃତି "ଭାସ୍ବତୀ" ପାଇଁ ସମ୍ମାନ ଗ୍ରହଣ କରିବାକୁ ନାମ ଘୋଷଣା କରାଯାଇଛି। ଏନେଇ ତାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତ ଅବସରରେ ଶ୍ରୀଯୁକ୍ତ ମିଶ୍ର ଆମ ସହିତ ତାଙ୍କ ସାରସ୍ୱତ ସାଧନା ବିଷୟରେ ବର୍ଣ୍ଣନା କରିଛନ୍ତି।

ପୁରସ୍କାର ଗର୍ବିତ କରେ, ଆତ୍ମା ଶାନ୍ତି କରେ ପାଠକଙ୍କ ପ୍ରେମ
ପଞ୍ଚମ ଶ୍ରେଣୀରୁ ସେ ଗଳ୍ପ ଲେଖିବା ପ୍ରତି ଆଗ୍ରହୀ ହୋଇଥିଲେ । ଯାହାକୁ ସେ କାହାକୁ ଦେଖାଇବାକୁ ସାହାସ ଜୁଟାଇପାରିନଥିଲେ । ହେଲେ ତାଙ୍କର ମାଆ ହିଁ ଥିଲେ ତାଙ୍କ ଭିତରେ ଲେଖିବାର ପ୍ରେରଣା ଦେଇଥିଲେ । ଆଉ ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେ ଲେଖାଲେଖି ଜାରି ରଖିଛନ୍ତି । ହେଲେ ନିଜ ମାଆଙ୍କ ଥିବା ସ୍ବପ୍ୱ ଆଜି ଯାଏ ପୂରଣ କରିପାରିନଥିବା ସେ କୁହନ୍ତୁ । ଯେଉଁଁଥି ପାଇଁ ସେ ଆଜି ବି ଚେଷ୍ଟାରତ ।

ଅନେକ ସମୟରେ ସେ ନିଜ ଆଖପାଖରେ ଘଟଣାକୁ ନିଜ ସାହିତ୍ୟରେ ସ୍ଥାନ ଦେଇ ପାଠକଙ୍କ ଲୋକପ୍ରିୟ ହୋଇପାରିଛନ୍ତି । ଗଳ୍ପ ପୁସ୍ତକ 'ଭାସ୍ବତୀ' ରେ ସେ ଚିରନ୍ତନ ପ୍ରେମ ବିଷୟରେ ଅବତରଣ କରିଥିବା କହିଛନ୍ତି। ଆଜିକା ସମୟରେ ହେଉଥିବା ଚର୍ଚ୍ଚା ଓଡ଼ିଆ ଭାଷା ବିପଦରେ ଓ ଏଥିରେ ଅନେକ ଅପସଂସ୍କୃତି ପଶି ଆସୁଛିକୁ ସେ ଅଗ୍ରାହ୍ୟ କରିବା ସହ ଏବେକାର ଯୁବ ପିଢ଼ି ବହୁତ ଉନ୍ନତ ଧରଣର ସାହିତ୍ୟ ଲେଖୁଥିବା ସେ କହିଛନ୍ତି। ସବୁ ସମୟରେ ସାହିତ୍ୟରେ ଅପସଂସ୍କୃତି ଆସିଥାଏ କିନ୍ତୁ ତାହା ସାମୟିକ ସମୟ ପାଇଁ ଏବଂ ଯାହା ଶାଶ୍ୱତ ତାହା ସର୍ବଦା ପ୍ରଶଂସନୀୟ ହୁଏ ବୋଲି ସେ କହିଛନ୍ତି। ତେଣୁ ପାଠକମାନେ ସର୍ବଦା ଲେଖକ ଟିଏ କଣ କହିବାକୁ ଚାହୁଁଛି ତାହା ତାଙ୍କ ଲେଖାରୁ ବୁଝିବାକୁ ଚେଷ୍ଟା କରିବାକୁ କହିଥିଲେ ତରୁଣକାନ୍ତି ମିଶ୍ର ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ



ABOUT THE AUTHOR

...view details