ଭୁବନେଶ୍ବର: ଆଜି(ସୋମବାର) ବିଜେଡିର ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁହେଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ସସ୍ମିତ ପାତ୍ର କହିଛନ୍ତି, ତାଙ୍କର ପ୍ରଥମ ଦାବି ସ୍ବତନ୍ତ୍ର ରାଜ୍ୟପାହ୍ୟା ରହିବ । ଏହା ସହ ବିଭିନ୍ନ ପ୍ରସଙ୍ଗ ସେ ସକାରାତ୍ମକ ଢଙ୍ଗରେ ରାଜ୍ୟସଭାରେ ଉପସ୍ଥାପନା କରିବେ ବୋଲି କହିଛନ୍ତି ।
‘ସ୍ବତନ୍ତ୍ର ରାଜ୍ୟପାହ୍ୟା ରହିବ ପ୍ରଥମ ଦାବି’
ରାଜ୍ୟସଭା ସାଂସଦ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ତେବେ ଏହା ବାଦ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ସେ ତାକୁ ସୁଚାରୁ ରୂପେ ତୁଲାଇଛନ୍ତି । ତେଣୁ ଏ ଗୁରୁ ଦାୟିତ୍ବ ମଧ୍ୟ ସେ ତୁଲାଇବେ ବୋଲି କହିଛନ୍ତି । ସୂଚନା ଥାଉକି, ସସ୍ମିତ ବିଧାୟକ ପ୍ରତାପ ଦେବଙ୍କ ସ୍ଥାନରେ ରାଜ୍ୟସଭା ଯାଉଥିବାରୁ ତାଙ୍କ କାର୍ଯ୍ୟକାଳ 3 ବର୍ଷ ରହିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ