ଓଡିଶା

odisha

ETV Bharat / city

ମାଟ୍ରିକ ପରୀକ୍ଷାର୍ଥୀ ଅଲିଭାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର - ମାଟ୍ରିକ ପରୀକ୍ଷାର୍ଥୀ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିୟନ୍ତ୍ରିତ ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପରୀକ୍ଷାରେ 95 ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀ ନିଜ ସଫଳତା ପଛର କାରଣକୁ ଇଟିଭି ଭାରତରେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ..

ମାଟ୍ରିକ ପରୀକ୍ଷାର୍ଥୀ ଅଲିଭାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ମାଟ୍ରିକ ପରୀକ୍ଷାର୍ଥୀ ଅଲିଭାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

By

Published : Jul 29, 2020, 9:28 PM IST

ଭୁବନେଶ୍ବର: ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିୟନ୍ତ୍ରିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଯେଉଁଥିରେ ସାରା ରାଜ୍ୟରୁ 78.76 ପ୍ରତିଶତ ପାସ ହାର ରହି ଥିବାବେଳେ ସବୁ ବର୍ଷ ଭଳି ଝିଅମାନେ ଚଳିତ ବର୍ଷ ମଧ୍ୟ ଭଲ ରେଜଲ୍ଟ କରିଛନ୍ତି ।

ମାଟ୍ରିକ ପରୀକ୍ଷାର୍ଥୀ ଅଲିଭାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ସେହିପରି ଜଣେ ଝିଅ ହେଉଛନ୍ତି ଅଲିଭା ଭୂୟାଁ । ଯିଏକି କେନ୍ଦ୍ରାପଡା ଜିଲ୍ଲାର ଛତା ଅଞ୍ଚଳରେ ଥିବା ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରରେ ପଢି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଦେଇଥିଲେ। ଆଉ ଏଥିରେ ସେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ସହ ଜିଲ୍ଲାରେ ଟପର ମଧ୍ୟ ହୋଇଛନ୍ତି । ସେ 570 ମାର୍କ ରଖିଛନ୍ତି ଯାହାକି 95 ପ୍ରତିଶତ ହେବା ସହ ରାଜ୍ୟରେ ଶ୍ରେଷ୍ଠ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଅନ୍ୟତମ ।

ସେ ଭୁବନେଶ୍ୱରର ଶୈଳଶ୍ରୀବିହାର ଅଞ୍ଚଳରେ ରହୁଛନ୍ତି । ସ୍ୱତନ୍ତ୍ର ସାକ୍ଷାତକାରରେ ସେ କେତେ ସମୟ ପରିଶ୍ରମ କରୁଥିଲେ ଓ ରେଜଲ୍ଟ କୁ ନେଇ କେତେ ଖୁସି ତାହା ବର୍ଣ୍ଣନା କରିଛନ୍ତି । ଏଥିସହ ଆଗକୁ କଣ ପଢିବେ ଓ କଣ ହେବେ ତାହା ମଧ୍ୟ ଆମ ସହ ସେୟାର କରିଛନ୍ତି ଅଲିଭା ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details