ଭୁବନେଶ୍ବର: ସରିଲା ରାହୁଲଙ୍କ ସହ ୱାନ ଟୁ ୱାନ ବୈଠକ । ଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନରେ ରାହୁଲ ଗାନ୍ଧୀଙ୍କ ସହ ୱାନ ଟୁ ୱାନ ବୈଠକ ଶେଷ ହୋଇଛି । ରାଜ୍ୟ କଂଗ୍ରେସର ୯ ବିଧାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, CWC ସଦସ୍ୟ ଭକ୍ତ ଚରଣ ଦାସ ଏହି ବୈଠକରେ ଉପସ୍ଥିତ ଥିଲେ ।
ଦିଲ୍ଲୀରେ ଓଡିଶା କଂଗ୍ରେସ ନେତାଙ୍କ ୱାନ ଟୁ ୱାନ ବୈଠକ: ଖୁବଶୀଘ୍ର ଘୋଷଣା ହେବ ପିସିସି ସଭାପତି - ରାଜ୍ୟ କଂଗ୍ରେସ ପିସିସି ପରିବର୍ତ୍ତନ ପ୍ରସଙ୍ଗ
ସରିଲା ରାହୁଲଙ୍କ ସହ ୱାନ ଟୁ ୱାନ ବୈଠକ । ଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନରେ ରାହୁଲ ଗାନ୍ଧୀଙ୍କ ସହ ୱାନ ଟୁ ୱାନ ବୈଠକ ଶେଷ ହୋଇଛି । ରାଜ୍ୟ କଂଗ୍ରେସର ୯ ବିଧାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, CWC ସଦସ୍ୟ ଭକ୍ତ ଚରଣ ଦାସ ଏହି ବୈଠକରେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ଦିଲ୍ଲୀରେ ଓଡିଶା କଂଗ୍ରେସ ନେତାଙ୍କ ୱାନ ଟୁ ୱାନ ବୈଠକ
ତେବେ ସଂଧ୍ୟା ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଓଡିଶାର ଏହି ନେତାଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ କଂଗ୍ରେସର ପ୍ରାୟ ୧୮ଜଣ ତୁଙ୍ଗ ନେତା ରାହୁଲଙ୍କ ସହ ଭାବ ବିନିମୟ କରିଛନ୍ତି । ତେବେ କିଏ ହେବ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ରାହୁଲ । ଓଡ଼ିଶାରେ କଂଗ୍ରେସ କିଭଳି ଲୋକଙ୍କ ବିଶ୍ୱାସଭାଜନ ହେବ ସେନେଇ ଆଲୋଚନା ହୋଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଜଣେ ଦକ୍ଷ ପିସିସି ମୁଖିଆ ବାଛିବେ ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ