ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । କୋରୋନା ସଂକ୍ରମଣ ଅଭିବୃଦ୍ଧି ଦୃଷ୍ଟିରୁ ଯଦି ସେପ୍ଟେମ୍ବର ଓଡିଶା ପାଇଁ ସବୁଠାରୁ ନିଷ୍ଠୁର ମାସ ହୋଇଥାଏ, ତେବେ ଅକ୍ଟୋବରରେ ଏହା ଅତ୍ୟନ୍ତ ସାଂଘାତିକ ହୋଇଥଲା ବୋଲି କୁହାଯାଇପାରେ । କାରଣ ଏପର୍ଯ୍ୟନ୍ତ ରାଜ୍ୟରେ ରିପୋର୍ଟ ହୋଇଥିବା ମୋଟ 1,331 ମୃତ୍ୟୁ ମଂଖ୍ୟାର ଏକ ତୃତୀୟାଂଶରୁ ଅଧିକ କେବଳ ଅକ୍ଟୋବର ମାସରେ ହୋଇଥିବା ଜଣାପଡିଛି ।
ଯଦିଓ ପୂର୍ବ ମାସ ତୁଳନାରେ ଓଡିଶାରେ ସଂକ୍ରମଣ ହାର 43 ପ୍ରତିଶତ ହ୍ରାସ ପାଇଛି, ତଥାପି 31 ଦିନ ମଧ୍ୟରେ ରାଜ୍ୟରେ 65,491 ନୂତନ ମାମଲା ରେକର୍ଡ ହୋଇଥିବା ବେଳେ 456 ଜଣର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କୋରୋନାରେ ମୃତ୍ୟୁ ସଂଖ୍ୟା 36 ପ୍ରତିଶତ ବୃଦ୍ଧି ପାଇଛି।
ବିଶ୍ଳେଷଣ ଅନୁଯାୟୀ, ହାରାହାରି 30ଟି ଜିଲ୍ଲାରେ ପ୍ରାୟ 2,112 ମାମଲା ରିପୋର୍ଟ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ଅନଗୋଳ, ସୁନ୍ଦରଗଡ, ବାଲେଶ୍ବର, ବରଗଡ ଏବଂ ପୁରୀ ପ୍ରାୟ 43 ପ୍ରତିଶତ ମାମଲା ରିପୋର୍ଟ ହୋଇଛି । ଗୋଟିଏ ଦିନରେ ହାରାହାରି ମୃତ୍ୟୁ 14 ଥିବା ରିପୋର୍ଟରୁ ଜଣାପଡିଛି ।
ଖୋର୍ଦ୍ଧାରେ ସର୍ବାଧିକ 9,840 ମାମଲା ଏବଂ 86 ମୃତ୍ୟୁ ରେକର୍ଡ ହୋଇଥିବାବେଳେ କଟକରେ 4,764 ସଂକ୍ରମଣ ଏବଂ 37 ଜଣଙ୍କର ମୃତ୍ୟୁ , ଅନୁଗୋଳରେ 3,657 ମାମଲା ଏବଂ 17 ଜଣ ମୃତ୍ୟୁ, ସୁନ୍ଦରଗଡରେ 3,451 ମାମଲା ଏବଂ 30 ମୃତ୍ୟୁ, ବାଲେଶ୍ବରରେ 2523 ମାମଲା ଏବଂ 38 ମୃତ୍ୟୁ, ବରଗଡରେ 2,152 ମାମଲା ଏବଂ 6 ଜଣ ମୃତ୍ୟୁ ଘଟିଛି। ସେହିପରି ପୁରୀରେ 1,759 ମାମଲା ଏବଂ 27 ମୃତ୍ୟୁ ରେକର୍ଡ କରାଯାଇଛି ।
ଅକ୍ଟୋବର 17 ପର୍ଯ୍ୟନ୍ତ ନୂତନ ମାମଲା ସଂଖ୍ୟା 2,000 ରୁ 3,600 ମଧ୍ୟରେ ଥିଲା ଏବଂ ଏହା ପରେ 2,000 ତଳକୁ ଖସିବା ଆରମ୍ଭ କଲା । ଅକ୍ଟୋବର 26ରେ ସର୍ବନିମ୍ନ 1,247 ମାମଲା ରେକର୍ଡ କରାଯାଇଥିଲା, କାରଣ ଏକ ମାସ ମଧ୍ୟରେ କୋଭିଡ ଟେଷ୍ଟିଂ ସଂଖ୍ୟା 50,000 ରୁ 40,000କୁ ହ୍ରାସ ପାଇଥିଲା।
ଅକ୍ଟୋବର 7 ରେ ସର୍ବାଧିକ 3,144 ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା ଏବଂ ଅକ୍ଟୋବର 7 ଏବଂ 12 ରେ 18 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିଲା। ଅକ୍ଟୋବର ପହିଲାରେରେ ସର୍ବାଧିକ 4,308 ରୋଗୀ ସୁସ୍ଥ ହୋଇଥିଲେ।
ଗତ ମାସରେ ମୋଟ 83,436 ରୋଗୀ ଏହି କୋରୋନାରୁ ସୁସ୍ଥ ହେବା ସହ ରାଜ୍ୟରେ ସୁସ୍ଥହାର 95.11 ପ୍ରତିଶତକୁ ବୃଦ୍ଧି ପାଇଥିଲା । ସେପ୍ଟେମ୍ବରରେ ପ୍ରାୟ 1,16,173 ମାମଲା ରିପୋର୍ଟ ସହ ଏବଂ 335 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ 90 ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ।
ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ରୋଗୀଙ୍କ ନିକଟରେ ବିଳମ୍ବରେ ପହଞ୍ଚିବା ଏବଂ ଚିକିତ୍ସା ପାଇବାରେ ବିଳମ୍ବ ହେତୁ ମୃତ୍ୟୁ ହାର ବୃଦ୍ଧି ଘଟିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ଦର୍ଶାଇଛନ୍ତି। ରୋଗପ୍ରତିରୋଧକ ଶକ୍ତି ବିକଶିତ କରି ଏହି ସଂଖ୍ୟା ହ୍ରାସ ପାଇଛି ବୋଲି ଜଣାପଡିଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର କହିଛନ୍ତି ଯେ ନଭେମ୍ବରରେ ଏହି ମାମଲା ଆହୁରି ହ୍ରାସ ପାଇବ। ଯେହେତୁ ଅଧିକାଂଶ ସକ୍ରିୟ ରୋଗୀ ବର୍ତ୍ତମାନ ଘରେ ଆଇସୋଲେସନରେ ଅଛନ୍ତି, ଏଥିପାଇଁ ମୃତ୍ୟୁହାରକୁ ଆହୁରି ହ୍ରାସ କରିବାକୁ ଅଧିକ ଧ୍ୟାନ ଦେଉଛୁ। ଚଳିତ ମାସ ପାଇଁ ପ୍ରୋଜେକ୍ଟ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି।
ଗତ 3 ମାସର ରିପୋର୍ଟ
- ସେପ୍ଟେମ୍ବରରେ 1,16,173 ପଜିଟିଭ ଏବଂ 335 ମୃତ୍ୟୁ
- ଅଗଷ୍ଟରେ 73,082 ପଜିଟିଭ ଏବଂ 278 ମୃତ୍ୟୁ
- ଜୁଲାଇରେ 26,163 ପଜିଟିଭ ଏବଂ 192 ମୃତ୍ୟୁ