ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ । ଏହାଦ୍ୱାରା ରାଜ୍ୟରେ ଶିକ୍ଷାର ମାନ ବଢିବ । ଆଉ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ । ତେବେ ଏହା କେବଳ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ ଲାଗୁ ହେବ । ପିଜି ପାଠ୍ୟକ୍ରମ ପାଇଁ ଲାଗୁ ହେବ ନାହିଁ ।
ଦୀର୍ଘ ଏକବର୍ଷ ଧରି ଏକକ ସିଲାବସକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଆଜି ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଥିଲେ । ଆଲୋଚନା ରେ ଏହି ନିଷ୍କର୍ସ ବାହାରିଛି । ଗତବର୍ଷ କୁଳପତିଙ୍କୁ ନେଇ ଏକ ସବ୍ କମିଟି ଚଏସ ବେସଡ଼ କ୍ରେଡିଟ ସିଷ୍ଟମ, କମନ ଏଣ୍ଟ୍ରାନ୍ସ ଓ ଠିକ ସମୟରେ ପରୀକ୍ଷା କରାଇବା ନେଇ ସୁପାରିଶ କରିଥିଲେ।