ଓଡିଶା

odisha

ETV Bharat / city

ରାଜଧାନୀରେ ମାତିଛି ପ୍ରେସର କୁକର ଚୋର - one robbery-arrested by police in bbsr

ରାଜଧାନୀରେ ବୁଲୁଛନ୍ତି ପ୍ରେସର କୁକର ଚୋର । ଗଞ୍ଜାମରୁ ଆସି ଘର ଘର ବୁଲି କରୁଥିଲା ଚୋରି । ଏମିତି ଏକ ଚୋରକୁ ଗିରଫ କରିଛି କମିସନରେଟ ପୋଲିସ । ଅଧିକ ପଢନ୍ତୁ...

one robbery-arrested by police in bbsr
ରାଜଧାନୀରେ ପ୍ରେସର କୁକର ଚୋର

By

Published : Apr 21, 2021, 10:44 PM IST

ଭୁବନେଶ୍ବର: ରାଜଧାନୀରେ ବୁଲୁଛନ୍ତି ପ୍ରେସର କୁକର ଚୋର । ଗଞ୍ଜାମରୁ ଆସି ଘର ଘର ବୁଲି କରୁଥିଲା ଚୋରି । ଘରେ ପଶି ତାଟିଆ ଗ୍ଲାସ ଠୁ ଆରମ୍ଭ କରି ଥାଳି ଓ ଗିନା ନେଇ ଚମ୍ପଟ ମାରୁଥିଲା । ଏପରିକି ଘରେ ଏସି ଲାଗିଥିଲେ ଏସିର ପିତଳ ତାର କାଟି ନେଇ ଛୁ ମାରୁଥିଲା ।

ଚୋରି ସାମଗ୍ରୀକୁ ବସ୍ତି ଅଞ୍ଚଳରେ କମ ଦରରେ ବିକ୍ରି କରୁଥିଲା ସେହି ଚୋର । ଏମିତି ଏକ ଚୋରକୁ ଗିରଫ କରିଛି କମିସନରେଟ ପୋଲିସ । ଏୟାରଫିଲଡ ଥାନା ଅଞ୍ଚଳରେ ମୁସ୍ତାଫା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଚୋର ରାହୁଲ ରାଉତ ଓରଫ ରଞ୍ଜନକୁ ଗିରଫ କରିଛି ପୋଲିସ । ଯାହାର ଘର ଗଞ୍ଜାମ । ସେ ରାଜଧାନୀରେ ଆସି ନୁଆ ନୁଆ ଏହି ଅପରାଧ ଜଗତରେ ପାଦ ଦେଇଥିବା ପୋଲିସ ଜାଣିବାକୁ ପାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details