ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ବବିଦ୍ୟାଳୟରେ କୋରୋନାର ପ୍ରବେଶ, ତିନି ବିଭାଗ ସିଲ - ଉତ୍କଳ ବିଶ୍ବବିଦ୍ୟାଳୟରେ କୋରୋନା

ଉତ୍କଳ ବିଶ୍ବବିଦ୍ୟାଳୟରେ କର୍ମଚାରୀ କୋରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତିନୋଟି ବିଭାଗ ସହ ସମ୍ପୂର୍ଣ୍ଣ ବ୍ଲକକୁ ସିଲ କରାଯାଇଛି । ଅଧିକ ପଢ଼ନ୍ତୁ...

one person found corona positive, corona positive in Utkala University, ଉତ୍କଳ ବିଶ୍ବବିଦ୍ୟାଳୟରେ କୋରୋନା, ତିନି ବିଭାଗ ସିଲ
ଉତ୍କଳ ବିଶ୍ବବିଦ୍ୟାଳୟରେ କୋରୋନାର ପ୍ରବେଶ, ତିନି ବିଭାଗ ସିଲ

By

Published : Jun 7, 2020, 3:12 AM IST

Updated : Jun 7, 2020, 8:32 AM IST

ଭୁବନେଶ୍ବର: କୋରୋନା ଜାଲରେ ଉତ୍କଳ ବିଶ୍ଵବିଦ୍ୟାଳୟ। ସିଲ ହୋଇଛି 3 ବିଭାଗ । ଜଣେ ବିଶ୍ବବିଦ୍ୟାଳୟର କର୍ମଚାରୀ କୋରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ରହିଛି । ତେବେ ବିଶ୍ବବିଦ୍ୟାଳୟ ପାଇଁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।

ରାଜ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କୋରୋନା ବ୍ୟାପିଥିବା ବେଳେ ପ୍ରଥମ ଥର ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ପ୍ରବେଶ କରିଛି । ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀ କୋରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ବିଶ୍ବବିଦ୍ୟାଳୟର କତ୍ତୃପକ୍ଷ ସଙ୍ଗେ ସଙ୍ଗେ ପଦକ୍ଷପ ନେଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର 3ଟି ବିଭାଗକୁ ସାନିଟାଇଜ କରି ସିଲ କରିଦିଆଯାଇଛି । ତେବେ ଗୋଟିଏ ବ୍ଲକରେ 3ଟି ବିଭାଗ ରହିଥିବା ବେଳେ ସମ୍ପୂର୍ଣ୍ଣ ଭାବରେ ବ୍ଲକକୁ ସିଲ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 7, 2020, 8:32 AM IST

ABOUT THE AUTHOR

...view details