ଭୁବନେଶ୍ବର : ଦେଶବ୍ୟାପୀ ଜୁନ ପହିଲାରୁ 'ୱାନ ନେସନ, ୱାନ ରାସନ କାର୍ଡ' ଯୋଜନା ଲାଗୁ ହୋଇଯିବ। ଏନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ବାନ ସୋମବାର ସୂଚିତ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟର ସହରାଞ୍ଚଳରେ ପ୍ରଥମେ ‘ୱାନ୍ ନେସନ, ୱାନ୍ ରାସନ କାର୍ଡ’ ଲାଗୁ ହେବ। ପରେ ପର୍ଯ୍ୟାୟ କ୍ରମେ ରାଜ୍ୟବ୍ୟାପୀ ଏହି ବ୍ୟବସ୍ଥାକୁ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ପ୍ରସଙ୍ଗ; ରାଜ୍ୟରେ ଭିତ୍ତିଭୂମିର ଅଭାବ - ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଚଳିତ ବର୍ଷ ଜୁନ ପହିଲାରୁ ସମଗ୍ର ଦେଶର ଦେଶରେ କାର୍ଯ୍ୟକାରୀ ହେବ ‘ ୱାନ ନେସନ, ୱାସନ ରାସନ କାର୍ଡ’ ନିୟମ। ଏହାକୁ ଓଡିଶାରେ କାର୍ଯ୍ୟକାରୀ କରାଇବା ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।ରାଜ୍ୟର ସହରାଞ୍ଚଳରେ ପ୍ରଥମେ ‘ୱାନ୍ ନେସନ,ୱାନ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ ହେବ। ପରେ ପର୍ଯ୍ୟାୟ କ୍ରମେ ରାଜ୍ୟବ୍ୟାପୀ ଏହାକୁ ଲାଗୁ କରାଯିବ।
One nation, one ration card
ଏହା ସହ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭୁବନେଶ୍ବର ମହାନଗର ନିଗମରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରାଯାଇଥିଲା। ଏଥିରେ ସଫଳତା ମିଳିଥିଲା। ଏହାକୁ ପ୍ରଥମେ ସହରାଞ୍ଚଳରେ ଲାଗୁ କରାଯିବ। ପରେ ପର୍ଯ୍ୟାୟ କ୍ରମେ ସମଗ୍ର ରାଜ୍ୟରେ ଲାଗୁ କରାଯିବ। ସମଗ୍ର ରାଜ୍ୟରେ ଏକାସାଙ୍ଗରେ ଜୁନ ପହିଲାରୁ ଏହି ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ପାଖରେ ଆବଶ୍ୟକୀୟ ଯାନ୍ତ୍ରିକ ଓ ବୈଷୟିକ ଭିତ୍ତିଭୂମି ଉପଲବ୍ଧ ନାହିଁ। ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବୁ ବୋଲି କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ