ଓଡିଶା

odisha

ETV Bharat / city

ଶାହାଙ୍କ ଭାଷା ବୟାନ, ତୀବ୍ର ହେଉଛି ରାଜନୀତି

ଗୋଟିଏ ଦେଶ, ଗୋଟିଏ ଭାଷା । ସଭିଙ୍କ ପାଇଁ ହିନ୍ଦୀ ଶିଖିବା ଆବଶ୍ୟକ । ଏପରି ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଫଳରେ ଆଞ୍ଚଳିକ ଭାଷା ଭିତ୍ତିକ ରାଜ୍ୟରେ ଶାହାଙ୍କ ବୟାନଙ୍କୁ ନେଇ ଉଷ୍ଣ ହେଉଛି ରାଜନୀତି ।

By

Published : Sep 16, 2019, 1:51 AM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ‘ଓ୍ବାନ ନେସନ ଓ୍ବାନ ଲାଙ୍ଗୁଏଜ’ ବୟାନକୁ ନେଇ ଜୋର ଧରିଛି ରାଜନୀତି । ୫ଟି ରାଜ୍ୟ ଶାହାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି । ଓଡିଶାରେ ମଧ୍ୟ ଅନୁରୂପ ବିରୋଧ ଦେଖିବାକୁ ମିଳିଛି ।

ହିନ୍ଦୀ ଭାଷା ଦେଶର ରାଷ୍ଟ୍ରୀୟ ଭାଷା । ଅନ୍ତର୍ଜାତୀୟସ୍ତରରେ ଏହାର ପରିଚୟ ହେବା ଦାରକାର । ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ହିନ୍ଦୀ କହିବା ଏବଂ ଶିଖିବା ଦରକାର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଏବେ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲିଟିଛି । ଯାହାକୁ ନେଇ ଏବେ ତାମିଲନାଡୁ, କର୍ଣ୍ଣାଟକ, କେରଳ ଓ ପଶ୍ଚିମବଙ୍ଗରେ ଜୋରଦାର ବିରୋଧ ଦେଖା ଦେଇଛି । ଏପଟେ ଓଡିଶାରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ର ସରକାର ଆଞ୍ଚଳିକ ଭାଷାକୁ ନ୍ୟୁନ କରିବା ସହ ଦେଶ ଭିତରେ ଅଯଥା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ କହିଛି । ବିଜେଡି କହିଛି, ବହୁ ଭାଷାର ଦେଶ ଭାରତ । ଆମ ରାଷ୍ଟ୍ରୀୟ ଭାଷା ହିନ୍ଦୀର ବିକାଶ ହେବା ଦରକାର । କିନ୍ତୁ ଆଞ୍ଚଳିକ ଭାଷାର ସମ୍ମାନ ମଧ୍ୟ ରହିବା ଉଚିତ ।

ଦେଶରେ ୨୨ଟି ଅନୁସୂଚିତ ଭାଷା ରହିଛି । ସର୍ବାଧିକ ୫୨.୮୩ କୋଟି ଲୋକ ହିନ୍ଦୀ ଭାଷା କହୁ୍‌ଥିବା ବେଳେ ବଙ୍ଗଳା ୯.୭୨କୋଟି, ମରାଠୀ ୮.୩ କୋଟି, ତେଲୁଗୁ ୮.୧୧କୋଟି, ଓଡିଆ ୩.୭୫କୋଟି ଲୋକ କୁହନ୍ତି । ବିଜେପିର ଯୁକ୍ତି ହେଉଛି, ହିନ୍ଦୀ ଭାଷା ସମସ୍ତେ କହିଲେ ଦେଶ ଏକତ୍ର ହେବ ​। ଆଞ୍ଚଳିକ ଭାଷା ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details