ଓଡିଶା

odisha

ETV Bharat / city

ରାଜ୍ୟରେ କାର୍ଯ୍ୟକାରୀ ହେବ ‘ଓ୍ଵାନ ନେସନ ଓ୍ଵାନ କାର୍ଡ’ - ଭୁବନେଶ୍ବର

ଓଡିଶାରେ କାର୍ଯ୍ୟକାରୀ ହେବ ‘ଓ୍ଵାନ ନେସନ ଓ୍ଵାନ କାର୍ଡ’ । ଏଥିରେ ସମସ୍ତ ଛୋଟ ବଡ ଆର୍ଥିକ କାରବାର କରି ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 30, 2019, 8:47 PM IST

ଭୁବନେଶ୍ବର: ଓଡିଶାରେ କାର୍ଯ୍ୟକାରୀ ହେବ ‘ଓ୍ଵାନ ନେସନ ଓ୍ଵାନ କାର୍ଡ’ । ଏଥିରେ ସମସ୍ତ ଛୋଟ ବଡ ଆର୍ଥିକ କାରବାର କରି ହେବ । ବିଶେଷ କରି ଟୋଲ ଫି, ସପିଂ, ଟ୍ରେନ ଟିକେଟ, ବସ ଫେୟାର, ପାର୍କିଂ ଫି ଭଳି ସମସ୍ତ କାରବାର କରି ହେବ ।

ଗତ ମାର୍ଚ୍ଚ 4ରେ ଏହି କାର୍ଡର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଅନ୍ୟ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । 'ନ୍ୟାସନାଲ କମନ ମୋବିଲିଟି' କାର୍ଡ ନାମରେ ଏହା ପରିଚିତ ।

ନିକଟରେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏନେଇ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖି କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିବା ପରେ ଏବେ ସରକାରଙ୍କ ଅର୍ଥ ବିଭାଗ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଅର୍ଥ ବିଭାଗର ଯୁଗ୍ମ ସଚିବ ଏନେଇ ସବୁ ବିଭାଗର ପ୍ରମୁଖ ସଚିବ, କମିଶନର, ବିଏମସି, ସିଏମସି, ବିଡିଏକୁ ଚିଠି ଲେଖି କାର୍ଯ୍ୟକାରୀ କରିବା ନେଇ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details