ଓଡିଶା

odisha

ETV Bharat / city

ସେପ୍ଟେମ୍ବର ପହିଲାରୁ ‘ୱାନ ନେସନ ୱାନ କାର୍ଡ’ ଆରମ୍ଭ; ଭୁବନେଶ୍ବରରୁ ପାଇଲଟ ପ୍ରୋଜେକ୍ଟ - ଜାତୀୟ ଖାଦ୍ୟ ସୁରକ୍ଷା ଆଇନ

ଏଣିକି ଦେଶର ନାଗରିକ ଦେଶ ମଧ୍ୟରେ ଯେ କୌଣସି ସ୍ଥାନରେ ଥାଇ ନିଜ ରାସନ ସାମଗ୍ରୀ ନେଇ ପାରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 20, 2019, 9:07 PM IST

ଭୁବନେଶ୍ବର: ଏଣିକି ରାଜ୍ୟର ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ହିତାଧିକାରୀ ସାମଗ୍ରୀ ଉଠାଇପାରିବେ । ସେପ୍ଟେମ୍ବର ପହିଲାରୁ ଭୁବନେଶ୍ବର ମହାନଗର ନିଗମରେ ପ୍ରଥମେ ଆରମ୍ଭ ହେବ ଏହି ସୁବିଧା । ଏନେଇ କେନ୍ଦ୍ର ସରକାର ପୂର୍ବରୁ ନିର୍ଦେଶ ଦେଇ ସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଆରମ୍ଭ ହେବ ରାସନକାର୍ଡ ପୋର୍ଟାବିଲିଟି । ‘ୱାନ ନେସନ ୱାନ ରାସନ’ ଯୋଜନା ଅନୁଯାୟୀ ଏହି ବ୍ୟବସ୍ଥା ପ୍ରଚଳନ ହେବ । ଏହା କାର୍ଯ୍ୟକାରୀ ହେଲେ ଯେକୌଣସି ସ୍ଥାନରୁ ଜଣେ ହିତାଧିକାରୀ ନିଜ କାର୍ଡ ମାଧ୍ୟମରେ ରାସନ ସାମଗ୍ରୀ ଉଠାଇ ପାରିବ । ସେପ୍ଟେମ୍ବର ପହିଲାରୁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭ ହେବ ଏହା । ରାଜଧାନୀର ୧୨୭ଟି ଯୋଗାଣ ଦୋକାନରେ ମିଳିବ ଏହି ସୁବିଧା । ପରେ ସାରା ରାଜ୍ୟରେ ଲାଗୁ ହେବ ଏହା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସୁବିଧାରେ ରାସନ ସାମଗ୍ରୀ ମିଳିବ । ହିତାଧିକାରୀ ନିଜ ସୁବିଧା ଅନୁଯାୟୀ ଯେକୌଣସି ଯୋଗାଣ କେନ୍ଦ୍ରରୁ ରାସନ ନେଇପାରିବେ ।

ପରେ ସାରା ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି ଯୋଗାଣଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଏହି ସୁବିଧା ପାଇଁ ହିତାଧିକାରୀଙ୍କ ଆଧାର କାର୍ଡ ଲିଙ୍କ କରାଯାଉଛି । ଅଗଷ୍ଟ ମାସ ଶେଷ ସୁଦ୍ଧା ଆଧାର କାର୍ଡ ଲିଙ୍କ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details