ଭୁବନେଶ୍ବର: ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ଜମତାରା ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ । ମୁମ୍ବାଇରୁ କ୍ରାଇମବ୍ରାଞ୍ଚ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିବାବେଳେ ଆଜି(ଗୁରୁବାର) ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା କ୍ରାଇମବ୍ରାଞ୍ଚ କହିଛି ।
ଜମତାରା ଗ୍ୟାଙ୍ଗ: ମୁମ୍ବାଇରୁ ଆଉ ଜଣେ ଅଭିଯୁକ୍ତ ଗିରଫ, ସାଇବର ଅପରାଧୀଙ୍କୁ ଯୋଗାଉଥିଲା ଡାଟା - ଜମତାରା ଗ୍ୟାଙ୍ଗ ଅଭିଯୁକ୍ତ ଗିରଫ ଖବର
ମୁମ୍ବାଇରୁ ଜମତାରା ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ପୋଲିସ । ଅଧିକ ପଢନ୍ତୁ
ସୂଚନା ଅନୁସାରେ, ମୁମ୍ବାଇର ଜେବି ନଗର ଅନ୍ଧେରୀ ଷ୍ଟ୍ରିଟରୁ ସୁନ୍ଦରମ ଚରଣ ନାମକ ଯୁବକକୁ ଗିରଫ କରାଯାଇଛି । ସୁନ୍ଦରମ ରାଜଧାନୀରୁ ଗିରଫ ତିନି ଅଭିଯୁକ୍ତଙ୍କୁ ବିଭିନ୍ନ ଲୋକଙ୍କ ଆକାଉଣ୍ଟର ଡାଟା ଓ ନମ୍ବର ପ୍ରୋଭାଇଡ କରୁଥିଲା । ସେ ଯୁକ୍ତ ଦୁଇ ପରେ ଡାଟା ମ୍ୟାନେଜମେଣ୍ଟ କୋର୍ସ କରିଥିଲା । ଏହାପରେ ସେ ମୁମ୍ବାଇରେ ଏକ କମ୍ପାନୀ ଖୋଲି ବିଭିନ୍ନ ସାଇବର ଅପରାଧିଙ୍କୁ ଡାଟା ଯୋଗାଇ ୨୦୨୨ରେ ୧୭ ଲକ୍ଷ ୨୯ ହଜାର ୨ ଶହ ଟଙ୍କା ରୋଜଗାର କରିଥିବା ସାଇବର ସେଲକୁ ତଥ୍ୟ ମିଳିଛି । ସୁନ୍ଦରମକୁ ଗିରଫ ପରେ ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ