ଓଡିଶା

odisha

ETV Bharat / city

୧୪ ଦିନ ପରେ ଭୁବନେଶ୍ୱରକୁ ଫେରିଲା କୋରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 119କୁ ବୃଦ୍ଧି ପାଇଛି।

covid positive case
ରାଜ୍ୟରେ ଆଉ ଜଣେ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 119କୁ ବୃଦ୍ଧି

By

Published : Apr 29, 2020, 8:12 AM IST

Updated : Apr 29, 2020, 9:21 AM IST

ଭୁବନେଶ୍ବର: ଭୁବନେଶ୍ୱର କୁ ଫେରିଲା କୋରୋନା। 14 ଦିନ ପରେ ରାଜଧାନୀରେ ନୂଆ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ହେଉଛନ୍ତି ମଧୁସୂଦନ ନଗର ଅଞ୍ଚଳର। ସେ 41 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 77 ବର୍ଷର ଏହି ବ୍ୟକ୍ତି ତାଙ୍କ ପୁଅଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ପୂରା ପରିବାର ସଦସ୍ୟଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଛି। ଏହାକୁ ମିଶାଇ ଭୁବନେଶ୍ୱର ପଜିଟିଭ ସଂଖ୍ୟା 47 ରେ ପହଞ୍ଚିଛି।

ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 119କୁ ବୃଦ୍ଧି ପାଇଥିବା ବେଳେ 80ଟି ସକ୍ରିୟ ମାମଲା ରହିଛି। ସେଥିମଧ୍ୟରୁ 38 ଜଣ ସୁସ୍ଥ ହେଲେଣି ଓ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଦୀର୍ଘ 14 ଦିନର ବ୍ୟବଧାନ ପରେ କୋରୋନା ହଟସ୍ଟଟ ରାଜଧାନୀରେ ପୁଣି ଆକ୍ରାନ୍ତ ଚିହ୍ନଟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ସୂଚନା ଥାଉକି, ଏବେ ବାଲେଶ୍ବରରେ 16,ଭଦ୍ରକରେ 19, ଯାଜପୁରରେ 19, ସୁନ୍ଦରଗଡରେ 10 କୋରାପୁଟରେ 1, କଳାହାଣ୍ଡିରେ 2 , ଭୁବନେଶ୍ବରରେ 47, କଟକରେ 1 , ପୁରୀରେ 1, ଢେଙ୍କାନାଳରେ 1,କେନ୍ଦ୍ରାପଡାରେ 1 ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 29, 2020, 9:21 AM IST

ABOUT THE AUTHOR

...view details