ଭୁବନେଶ୍ବର:ରାଜ୍ୟରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ଶୁକ୍ରବାର 2 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି(ଶନିବାର) ଆଉ ଜଣେ ଆକ୍ରାନ୍ତଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି । ଏହାସହିତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1899ରେ ପହଞ୍ଚିଛି ।
ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର ହୋଇଥିବାବେଳେ ମୃ୍ତ୍ୟୁ ବେଳକୁ ତାଙ୍କୁ 43 ବର୍ଷ ହୋଇଥିଲା । ତେବେ ସେ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି । ସୁନ୍ଦରଗଡ ଜିଲ୍ଲାରେ ଏହି ମୃତକଙ୍କୁ ମିଶାଇ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 171 ରେ ପହଞ୍ଚିଛି । ଏହାସହିତ ଜିଲ୍ଲାରେ 15 ହଜାର 135 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ 281 ଜଣ ସକ୍ରିୟ ଅଛନ୍ତି ।