ଭୁବନେଶ୍ବର: ମୋବାଇଲ ଦୋକାନୀକୁ ଚୁନା ଲଗାଇଲେ ଯୁବତୀ । ମୋବାଇଲ ଦୋକାନରୁ iPhone କିଣି ଫେରାର ହେଲେ ହେଲେ ଯୁବତୀ। ଲକ୍ଷାଧିକ ଟଙ୍କାର iPhone ନେଇ ଫେରାର ଯୁବତୀ । ଏ ଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ସହିଦ ନଗରରେ ।
ଭୁବନେଶ୍ବର ସହିଦ ନଗରରେ ଥିବା ସେଲ-7 ମୋବାଇଲ ଦୋକାନରୁ ଗତକାଲି iPhone କିଣିବାକୁ ଜଣେ ଯୁବତୀ ଯାଇଥିଲେ। ସେହି ଦୋକାନରେ ଯୁବତୀ ଜଣକ ଏକ ଦାମୀ ମୋବାଇଲ ତଥା ଆଇଫୋନ ଦେଖିଥିଲେ । ସେହି ଆଇଫୋନକୁ କିଣିଥିଲେ । ଯୁବତୀ ଜଣକ ମୋବାଇଲ କିଣିବା ପରେ ବିଲ କଲେ। କିନ୍ତୁ ଟଙ୍କା ଦେଲା ବେଳକୁ କହିଲେ ATM କାର୍ଡ ଖରାପ ହୋଇଯାଇଛି। ଘରକୁ ଆସନ୍ତୁ ବାପାଙ୍କ ATMରୁ ପଇସା ନେଇଯିବ । । ଏହା ପରେ ମୋବାଇଲ ଦୋକାନୀଙ୍କ ଏକ ପିଲାକୁ ଯୁବତୀଙ୍କ ସହିତ ପଠାଗଲା। ଗଲା ବେଳକୁ ପେଟ୍ରୋଲ ପକାଇବାକୁ କହି ଝିଅ ଜଣକ ଫେରାର ହୋଇଯାଇଥିଲେ । ଯେଉଁ ଆଇଫୋନଟି ନେଇଛନ୍ତି ଯୁବତୀ ଜଣକ ତାହାର ଦାମ 1 ଲକ୍ଷ ୪୦ ହଜାର ଟଙ୍କା ହୋଇଥିବା ଜଣାପଡିଛି ।