ଓଡିଶା

odisha

ETV Bharat / city

ରାଜ୍ୟରେ ଲକ୍ଷେ ଟପିଲା କୋରୋନା ମାମଲା, ଦିନକରେ 3014 ନୂଆ ପଜିଟିଭ - କୋରୋନା ମାମଲା

ରାଜ୍ୟରେ ଏକ ଲକ୍ଷ ପାର କଲା କୋରୋନା ମାମଲା । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରେ 3014 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ 3014 ଆକ୍ରାନ୍ତଙ୍କ ମଧ୍ୟରୁ 1868 ହୋମ କ୍ଵରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 1146 ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡିଛି। ଏପଟେ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା 100934ରେ ପହଞ୍ଚିଛି।

corona
ରାଜ୍ୟରେ ଲକ୍ଷେ ଟପିଲା କୋରୋନା ମାମଲା

By

Published : Aug 30, 2020, 11:28 AM IST

Updated : Aug 30, 2020, 11:47 AM IST

ଭୁବନେଶ୍ବର: ରାଜ୍ୟରେ ଏକ ଲକ୍ଷ ପାର କଲା କୋରୋନା ମାମଲା । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରେ 3014 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ 3014 ଆକ୍ରାନ୍ତଙ୍କ ମଧ୍ୟରୁ 1868 ହୋମ କ୍ଵରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 1146 ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡିଛି। ଏପଟେ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା 100934ରେ ପହଞ୍ଚିଛି।

ତେବେ ଆଜି ପୁଣି ଖୋର୍ଦ୍ଧାରେ ସର୍ବାଧିକ 684 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରେ 25, ବାଲେଶ୍ୱରରେ 138, ବରଗଡରେ 124, ଭଦ୍ରକରେ 40, ବଲାଙ୍ଗୀରରେ 35, କଟକରେ 337, ଦେଓଗଡରେ 2,ଢେଙ୍କାନାଳରେ 49, ଗଜପତିରେ 9 ଜଣ, ଗଞ୍ଜାମରେ 216, ଯାଜପୁରରେ 38, ଝରସୁଗୁଡ଼ାରେ 45, କଳାହାଣ୍ଡିରେ 40, କନ୍ଧମାଳରେ 60, କେନ୍ଦ୍ରାପଡାରେ 44, କେନ୍ଦୁଝରରେ 68, କୋରାପୁଟରେ 120, ମାଲକାନଗିରିରେ 49, ମୟୂରଭଞ୍ଜରେ 292, ନବରଙ୍ଗପୁରରେ 38, ନୟାଗଡରେ 29, ନୂଆପଡାରେ 7, ପୁରୀରେ 118, ରାୟଗଡାରେ 104, ସମ୍ବଲପୁରରେ 102, ସୋନପୁରରେ 44, ସୁନ୍ଦରଗଡରେ 91 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏପଟେ ଆଜି ରାଜ୍ୟରେ 12 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 100934ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 70714 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 29685 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 30, 2020, 11:47 AM IST

ABOUT THE AUTHOR

...view details