ଓଡିଶା

odisha

ETV Bharat / city

କମିଶନର କଲ କରୁଛନ୍ତି, ହାବିଲଦାର ଗଣ୍ଡଗୋଳରେ ସହଯୋଗ କରୁଛନ୍ତି ! - ମୋ ସରକାର ଅବ୍ୟବସ୍ଥା

ଭୁବନେଶ୍ବର ନୟାପଲ୍ଲୀ ଏନ ୩ରେ ପ୍ରଣବ ରାୟଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଛି ପୋଲିସର ଗୁଣ୍ଡାଗିରି । ଜଣେ ହାବିଲଦାର ଗିରଫ । ଅଧିକ ପଢନ୍ତୁ...

କମିସନର କଲ କରୁଛନ୍ତି, ହାବିଲଦାର ଗଣ୍ଡଗୋଳରେ ସହଯୋଗ କରୁଛନ୍ତି
କମିସନର କଲ କରୁଛନ୍ତି, ହାବିଲଦାର ଗଣ୍ଡଗୋଳରେ ସହଯୋଗ କରୁଛନ୍ତି

By

Published : Mar 17, 2021, 4:25 PM IST

ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ଏନ ୩ରେ ପ୍ରଣବ ରାୟଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଛି ପୋଲିସର ଗୁଣ୍ଡାଗିରି । କିଭଳି ଏକ ଜମିବାଡ଼ି ବିବାଦ ମାମଲାରେ ଜବରଦଖଲ ପାଇଁ ଗଣ୍ଡଗୋଳବେଳେ ଅପରାଧୀକୁ ପୋଲିସ କରିଥିଲେ ସହଯୋଗ । ଅଭିଯୋଗ ଅନୁସାରେ ୨୦ଜଣ ଦୁର୍ବୃତ୍ତ ପ୍ରଣବ ରାୟଙ୍କ ଘରେ ଜବରଦସ୍ତ ପଶିବା ସହ ଗାଳିଗୁଲଜ ଓ ଆକ୍ରମଣ କରିଛନ୍ତି । ତାହା ପୁଣି ପୋଲିସ ଉପସ୍ଥିତିରେ ଏବଂ ଜଣେ ହାବିଲଦାର ମଧ୍ୟ ଏଥିରେ ସହଯୋଗ କରିଛନ୍ତି । ଘଟଣାଟି କମିଶନରେଟ ପୋଲିସର ଦାଦାଗରି ଓ ଗୁଣ୍ଡାଗିରିର ଦୃଶ୍ୟ ସାମ୍ନାକୁ ଆଣିଛି ।

କମିସନର କଲ କରୁଛନ୍ତି, ହାବିଲଦାର ଗଣ୍ଡଗୋଳରେ ସହଯୋଗ କରୁଛନ୍ତି

ବଡ କଥା ହେଉଛି ଏଠାରେ ଜଣେ ପୋଲିସ କର୍ମଚାରୀ ଯେ କି ଲୋକଙ୍କୁ ସୁରକ୍ଷା ଦେବା କଥା ସେ କିଛି ଅପରାଧିଙ୍କ ସହ ମିଶି ସୁରକ୍ଷା ଆଳରେ ସେମାନଙ୍କୁ ସହଯୋଗ କରିଛନ୍ତି । ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି, ଜମିବାଡି ବିବାଦୀୟ ପ୍ରସଙ୍ଗକୁ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ଆଧାରରେ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଏମାନଙ୍କୁ ସହଯୋଗ କରୁଥିବା ଜଣେ ହାବିଲଦାରକୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ପୋଲିସ କମିଶନର ଏଠି ମୋ ସରକାର ଆଧାରରେ ଅଭିଯୋଗକାରୀଙ୍କୁ କଲ୍ କରି ସମସ୍ୟା ସମ୍ପର୍କରେ ବୁଝୁଛନ୍ତି । ହେଲେ ଅନ୍ୟପଟେ ବିଭାଗର ଜଣେ ହାବିଲଦାର ଅପରାଧୀଙ୍କୁ ସହଯୋଗ କରି ବନ୍ଧା ହେଉଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କେମିତି ଚାଲିଛି ମୋ ସରକାର।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details