ଭୁବନେଶ୍ବର :ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖିବା ପାଇଁ ଯୁବପିଢିଙ୍କୁ ଆହ୍ବାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୟୁପି ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଣ୍ଟନ ଅଭିଯାନର ଶୁଭାରମ୍ଭ ହୋଇଛି । ସ୍ନାତକ ଏବଂ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ଦିଆଗଲା ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମହାମାରୀ ସମୟରେ ଦେଶରେ ଶିକ୍ଷା ପ୍ରଦାନର ମହତ୍ଵ ଅଧିକ ବଢ଼ିଛି । ଏହି ସମୟରେ ସ୍ମାର୍ଟ ଫୋନ ଏବଂ ଟ୍ୟାବଲେଟ ଦରକାରୀ ଜିନିଷ ହୋଇଛି ।
ମହାମାରୀ ସମୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ଓ ଟ୍ୟାବଲେଟ ନ ଥିଲା । ଯେଉଁ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଥିଲେ । ମାତ୍ର ବର୍ତ୍ତମାନ ସମୟରେ ୟୁପିରେ ଯୁବପିଢିଙ୍କୁ ଡିଜିଟାଲ ଶିକ୍ଷା ପ୍ରତି ପ୍ରୋତ୍ସାହନ ଦେବା ଦିଗରେ ଆଜିର କାର୍ଯ୍ୟକ୍ରମ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶନିବାର ସ୍ନାତକ ଏବଂ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଓ ଟ୍ୟାବଲେଟ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାର୍ଥୀଙ୍କୁ ୧ କୋଟି ସ୍ମାର୍ଟଫୋନ ଓ ଟ୍ୟାବଲେଟ୍ ମାଗଣାରେ ବଣ୍ଟନ କରାଯାଇଛି। ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀରୁ ହାତ ମୁଠାରେ ରଖିବା ଦିଗରେ ଏକ ବୃହତ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ଉତ୍ସାହ ଓ ଉଦ୍ଦୀପନା ଏହି କଥାକୁ ପ୍ରମାଣିତ କରୁଛି । ୟୁପି ସରକାର ୱାନ କ୍ରିଷ୍ଟିକ୍ –ଓ୍ବିନ ପ୍ରଡକ୍ଟ (ଓଡ଼ିଓପି) ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।