ଭୁବନେଶ୍ବର:ସରକାରୀ ଚାକିରିର ଲୋଭ ଦେଖାଇ ଲୁଟୁଥିଲା ଟଙ୍କା । ଘରେ ବସି ଫୋନ କରି ଚାକିରି କରେଇ ଦେବା ନେଇ ଦେଉଥିଲା ପ୍ରତିଶ୍ରୁତି । ଏହା ପରେ ଯୁବକ ଯୁବତୀଙ୍କଠାରୁ ଲୁଟୁଥିଲା ହଜାର ହଜାର ଟଙ୍କା । ଘଟଣାର ତଦନ୍ତ କରି ଠକ ଜଣକୁ କାବୁ କରିଛି କମିସନରେଟ ପୋଲିସ ।
ସୂଚନାଅନୁସାରେ, ସହୀଦନଗର ପ୍ଲଟ ନମ୍ବର 713ର ବିକାଶ ସ୍ବାଇଁ ଓରଫ ବାବୁନ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି କରେଇଦେବା କହି ନିଜ ଜାଲରେ ଫସାଉଥିଲା । ଆଡଭାନସ ନାଁରେ ସେମାନଙ୍କଠାରୁ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ବସଷ୍ଟାଣ୍ଡ, ସିନେମା ହଲ,କଲେଜ ଛକ ବା ଜେରକ୍ସ ଦୋକାନରେ ପିଲା ଦେଖି ବିଛାଉଥିଲା ଠକାମିର ଚାଲ । ଚାକିରି ନହେଲେ ବ୍ଲାଙ୍କ ଚେକ ଧରାଇ କହୁଥିଲା ପଇସା ଫେରସ୍ତ ।