ପୁରୀ: ଆଜି ହେଉଛି ବିଶ୍ବ ମ୍ୟାଲେରିଆ ଦିବସ । ଏହି ଅବସରରେ ଜିରୋ ମ୍ୟାଲେରିଆ ବାର୍ତ୍ତାଦେଇ ଏକ ବାଲୁକାକଳା ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ବାଲୁକାକଳାରେ ଜିରୋ ମ୍ୟାଲେରିଆ ବାର୍ତ୍ତା ଦେଲେ ପଦ୍ମଶ୍ରୀ ସୁଦର୍ଶନ - sudarsan pattnaik sand art
ଏପ୍ରିଲ 25ରେ ସାରା ବିଶ୍ବ ପାଳନ କରିଥାଏ ବିଶ୍ବ ମ୍ୟାଲେରିଆ ଦିବସ । ଏହି ଅବସରରେ ବାଲୁକାକଳା ମାଧ୍ୟମରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ଲୋକପ୍ରିୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ବାଲୁକାକଳା ମାଧ୍ୟମରେ ଜିରୋ ମ୍ୟାଲେରିଆ ବାର୍ତ୍ତା ଦେଲେ ପଦ୍ମଶ୍ରୀ ସୁଦର୍ଶନ
ସେ ନିଜର ଟ୍ବିଟରରେ ବାଲୁକାକଳାର ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି ଯେ, ବର୍ତ୍ତମାନ କୋରୋନା ସଙ୍କଟବେଳେ ଆସନ୍ତୁ ସମସ୍ତେ ଜିରୋ ମ୍ୟାଲେରିଆ ଆଡକୁ ଯିବା ।
ସେହିପରି ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟ ଟ୍ବିଟ କରି ଲୋକଙ୍କୁ ସଚେତନ କରିଛନ୍ତି । ସେ ଲେଖିଛନ୍ତି ଯେ, ସୁସ୍ଥ ତଥା ନିରାମୟ ଜୀବନ ପାଇଁ ନିୟମିତ ମଶାରୀ ଟାଙ୍ଗି ଶୋଇବା ଅଭ୍ୟାସ କରନ୍ତୁ । ମଶାଙ୍କ ଠାରୁ ସୁରକ୍ଷିତ ରହିବାର ଏହାଠୁ ସୁସ୍ଥ ଓ ସହଜ ଉପାୟ ନାହିଁ । ଔଷଧବୁଡା ମଶାରୀ ପାଇବା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ତଥା ଆଶାକର୍ମୀଙ୍କ ସହ ଯୋଗାଯୋଗ କରନ୍ତୁ ।