ଓଡିଶା

odisha

ETV Bharat / city

ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ପାର୍ସଲ ଏକ୍ସପ୍ରେସ - lock down

ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ପାର୍ସଲ ଏକ୍ସପ୍ରେସ। ଏପ୍ରିଲ 2 ଓ 9 ଦୁଇ ଦିନ ଧରି ଯାତ୍ରା କରିବ ପାର୍ସଲ ଏକ୍ସପ୍ରେସ।

ପୂର୍ବତଟ ରେଳ ପଥ ଦେଇ ଚଳାଚଳ କରିବ ପାର୍ସେଲ ଏକ୍ସପ୍ରେସ
ପୂର୍ବତଟ ରେଳ ପଥ ଦେଇ ଚଳାଚଳ କରିବ ପାର୍ସେଲ ଏକ୍ସପ୍ରେସ

By

Published : Mar 31, 2020, 11:46 PM IST

Updated : Apr 1, 2020, 12:07 AM IST

ଭୁବନେଶ୍ବର: ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ପାର୍ସଲ ଏକ୍ସପ୍ରେସ। ଏପ୍ରିଲ 2 ଓ 9 ଦୁଇ ଦିନ ଧରି ଯାତ୍ରା କରିବ ପାର୍ସଲ ଏକ୍ସପ୍ରେସ। ଦୁଇଟି ପାର୍ସଲ ଟ୍ରେନ ବର୍ତ୍ତମାନ ସମୟରେ ଚଳାଚଳ ଆରମ୍ଭ କରିବ। ସିକନ୍ଦ୍ରାବାଦ୍‌ରୁ ହାୱାଡା ଓ ଯଶବନ୍ତପୁରରୁ ହାୱଡା ଅଭିମୁଖେ ଯାତ୍ରା କରିବ ପାର୍ସଲ ଟ୍ରେନ। ଯାହା ସମ୍ପୂର୍ଣ୍ଣ ରୂପେ ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ।

ଜନସାଧାରଣଙ୍କର ଚାହିଦା ଉପରେ ସମୀକ୍ଷା କରି ପାର୍ସଲ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଛି ରେଳ ମନ୍ତ୍ରଣାଳୟ। କୋରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ଦେଶ 21 ଦିନ ତାଲା ବନ୍ଦ ସତ୍ତ୍ଵେ ରେଳ ମନ୍ତ୍ରଣାଳୟ ସାରା ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପରିସୀମା ଦେଇ ସିକନ୍ଦ୍ରାବାଦ୍‌ରୁ ହାୱାଡା ମଧ୍ୟରେ ପାର୍ସଲ ଟ୍ରେନ ଚଳାଚଳ କରିବାର ନିଷ୍ପତି ନିଆଯାଇଛି।

ଏହି ପାର୍ସଲ ଟ୍ରେନଟି ସିକନ୍ଦ୍ରାବାଦରୁ ଏପ୍ରିଲ 2 ଓ 9 ତାରିଖରେ ଛାଡି ହାୱଡା ଅଭିମୁଖେ ଯାତ୍ରା କରିବ। ସେହିପରି ଫେରିବା ରାସ୍ତାରେ ହାୱଡାରୁ ଏପ୍ରିଲ 4 ଓ 11 ତାରିଖରେ ଛାଡି ସିକେନ୍ଦ୍ରାବାଦରେ ପହଞ୍ଚିବ। ଏହି ଟ୍ରେନଟି ସିକନ୍ଦ୍ରାବାଦରୁ ରାତି 10ଟା ସମୟରେ ଛାଡି ହାୱଡାରେ ସକାଳ 4 ଘଟିକାରେ ପହଞ୍ଚିବ।

ସେହିପରି ଫେରିବା ସମୟରେ ଟ୍ରେନଟି ହାୱଡା ରୁ 4 ଟା 5 ମିନିଟରେ ଛାଡି ସିକେନ୍ଦ୍ରାବାଦରେ ସନ୍ଧ୍ୟା 6 ସମୟରେ ପହଞ୍ଚିବ। ଏହି ଟ୍ରେନ ସିକେନ୍ଦ୍ରାବାଦ, କାଜିପେଟ୍, ବିଜୟାୱାଡା, ଏଲୁରୁ, ରାଜମୁଦ୍ରି, ଅଙ୍କାପାଲି, ସିଂହଞ୍ଚଲମ୍, ଭୁବନେଶ୍ୱର, ଭଦ୍ରକ ଓ ହାୱଡା ରେ ରହଣି କରିବ। ଆଉ ଏକ ଟ୍ରେନ ଯଶବନ୍ତପୁର ଓ ହାୱଡା ମଧ୍ୟରେ ଚଳାଚଳ କରିବ। ଯାହା ଏପ୍ରିଲ 1,4,8 ଓ 11 ତାରିଖରେ ଛାଡ଼ି ହାୱଡା ଅଭିମୁଖେ ଯାତ୍ରା କରିବ। ସେହିପରି ହାୱଡା ଠାରୁ ଏପ୍ରିଲ 3,6,10 ଓ 13 ତାରିଖରେ ଛାଡ଼ି ଯଶବନ୍ତପୁର ଅଭିମୁଖେ ଯାତ୍ରା କରିବ। ଏହା ଦ୍ବାରା ଅନେକ ବ୍ୟବସାୟୀ ଯୋଗାଣକାରୀମାନେ ଏହି ସେବାର ସୁବିଧା ସୁଯୋଗ ପାଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 1, 2020, 12:07 AM IST

ABOUT THE AUTHOR

...view details