ଓଡିଶା

odisha

ETV Bharat / city

First Parliament Session: ଭାରତୀୟ ଇତିହାସର ସ୍ୱତନ୍ତ୍ର ଦିନ, ଆଜି ବସିଥିଲା ପ୍ରଥମ ସଂସଦ ଅଧିବେଶନ - ରାଜ୍ୟସଭା ନିର୍ବାଚନ

ସ୍ବାଧୀନ ଭାରତର ପ୍ରଥମ ସଂସଦ ଅଧିବେଶନ ଆଜିର ଦିନ 13 ମେ’ 1952 ରେ ଅନୁଷ୍ଠିତ ହୋଇଥିଲା । 3 ଏପ୍ରିଲ 1952 ରେ ଉଚ୍ଚ ସଦନ (ରାଜ୍ୟସଭା)ର ଗଠନ ହୋଇଥିଲା । ଆଉ ଏହାର ପ୍ରଥମ ଅଧିବେଶନ 13 ମେ ’ 1952 ତଥା ଆଜିର ଦିନରେ ଅନୁଷ୍ଠିତ ହୋଇଥିଲା । ଯେଉଁଠି 17 ଏପ୍ରିଲ 1952 ରେ ନିମ୍ନ ସଦନ (ଲୋକସଭା) ଗଠନ ହୋଇଥିଲା । ଅଧିକ ପଢନ୍ତୁ

ଆଜିର ଦିନରେ ବସିଥିଲା ପ୍ରଥମ ସଂସଦ ଅଧିବେଶନ
ଆଜିର ଦିନରେ ବସିଥିଲା ପ୍ରଥମ ସଂସଦ ଅଧିବେଶନ

By

Published : May 13, 2022, 10:01 PM IST

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ପ୍ରଥମ ସଂସଦ ଅଧିବେଶନ ଆଜିର ଦିନ 13 ମେ’ 1952 ରେ ଅନୁଷ୍ଠିତ ହୋଇଥିଲା । 3 ଏପ୍ରିଲ 1952 ରେ ଉଚ୍ଚ ସଦନ (ରାଜ୍ୟସଭା)ର ଗଠନ ହୋଇଥିଲା । ଆଉ ଏହାର ପ୍ରଥମ ଅଧିବେଶନ 13 ମେ ’ 1952 ତଥା ଆଜିର ଦିନରେ ଅନୁଷ୍ଠିତ ହୋଇଥିଲା । ଯେଉଁଠି 17 ଏପ୍ରିଲ 1952 ରେ ନିମ୍ନ ସଦନ (ଲୋକସଭା) ଗଠନ ହୋଇଥିଲା ।

ଭାରତୀୟ ସଂସଦର ଜନ୍ମ..

ଭାରତ ସରକାର ଅଧିନିୟମ 1919 ଆଧାରରେ ତତ୍କାଳୀନ ବିଧାନ ମଣ୍ଡଳର ଦ୍ବିତୀୟ ସଦନକୁ କାଉନସିଲ ଅଫ ଷ୍ଟେଟ ଗଠନ କରିବା ପାଇଁ ଯୋଜନା ନିଷ୍ପତ୍ତି ଗ୍ରହଣ କରିଥିଲେ । ଯାହା ଫଳପ୍ରଦ ହୋଇିଥିଲା 1921 ରେ । ଇଂରେଜ ଶାସନ ଥିବାରୁ ସେତେବେଳେ କାଉନସିଲ ଅଫ ଷ୍ଟେଟର ଅଧ୍ୟକ୍ଷ ଥିଲେ ଗଭର୍ଣ୍ଣର ଜେନେରାଲ । ଏହାପରେ 1935 ରେ ଇଂରେଜ ଏହାର କିଛି ସଂଶୋଧନ କରିଥିଲେ । ସମୟକ୍ରମେ କାଉନସିଲ ଅଫ ଷ୍ଟେଟ ସମ୍ବିଧାନ ସଭା ଭାବେ ମାନ୍ୟତା ପାଇଥିଲା ।

ସମ୍ବିଧାନସଭାର ପ୍ରଥମ ବୈଠକ 9 ଡିସେମ୍ବର 1946 ରେ ଆୟୋଜିତ ହୋଇଥିଲା । ଯାହା 1950 ଯାଏଁ କେନ୍ଦ୍ରୀୟ ବିଧାନମଣ୍ଡଳ ଭାବେ କାର୍ଯ୍ୟ କରୁଥିଲା । ପରେ ଏହାକୁ ପୁଣି ଅନ୍ତିମ ସଂସଦ ଭାବେ ନାମିତ କରାଗଲା । 1946 ରୁ କେନ୍ଦ୍ରୀୟ ବିଧାନ ମଣ୍ଡଳ ତଥା ସମ୍ବିଧାନସଭା ଓ ଅନ୍ତିମ ସଂସଦ, କୁହାଯାଉଥିଲା । ସ୍ବାଧିନ ଭାରତର ପ୍ରଥମ ନିର୍ବାଚନ 1952 ପର୍ଯ୍ୟନ୍ତ ଦେଶରେ ଗୋଟିଏ ସଦନ ଥିଲା ।

କାହିଁକି ଦୁଇଟି ସଦନ ?

ବ୍ରିଟିଶ ଶାସନ ଅମଳରୁ ଦେଶରେ ଗୋଟିଏ ସଦନ କାଉନସିଲ ଅଫ ଷ୍ଟେଟ, ସମ୍ବିଧାନସଭା ଓ ଅନ୍ତିମ ସଂସଦ ଭାବେ ଥିଲା । ହେଲେ ସ୍ବାଧୀନ ଭାରତରେ ଗୋଟିଏ ସଦନର ଉପକାରିତା, ଅପକାରିତାକୁ ନେଇ ବିତର୍କ ହେଲା । ଦେଶ ପାଇଁ ଗୋଟିଏ ସଦନର ଆବଶ୍ୟକାକୁ ନେଇ ମଧ୍ୟ ଅନୁଶୀଳନ କରାଗଲା । ବିଶାଳ ଦେଶର ଶହ ଶହ ପ୍ରସଙ୍ଗ, ସମସ୍ୟା, ସଂଶୋଧନ ଆବଶ୍ୟକତାକୁ ଅନୁଭବ କରି ଦେଶରେ ଦ୍ବିୟ ସଦନ ବ୍ୟବସ୍ଥା ପାଇଁ ଯୋଜନା ହେଲା । ଆଉ ମୂଳ କାଉନସିଲ ଅଫ ଷ୍ଟେଟରୁ ଦେଶର ଦ୍ବିତୀୟ ସଦନ ପାଇଁ ଯୋଜନା ହେଲା । ଯାହାର ନିର୍ବାଚନ, ସଦସ୍ୟ ସଂଖ୍ୟା କାର୍ଯ୍ୟ ପଦ୍ଧତି (ମୂଳ କାଉନସିଲ ଅଫ ଷ୍ଟେଟ) ପରବର୍ତ୍ତୀ ସମୟରେ ଲୋକସଭାରେ ପରିଣତ ହୋଇଥିବା ଠାରୁ ଭିନ୍ନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାର ସଦସ୍ୟ ସଂଖ୍ୟା କମ ରଖାଗଲା । ସଦସ୍ୟ ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରୋକ୍ଷ ଭାବେ ନିର୍ବାଚିତ ହେବାର ବ୍ୟବସ୍ଥା ହେଲା । ଏହାସହ ସମସ୍ତ ରାଜ୍ୟକୁ ସମାନ ପ୍ରତିନିଧିତ୍ବ କରିବାର ସୁଯୋଗ ଦିଆଗଲା ନାହିଁ । ଏତତ ବ୍ୟତୀତ ପରୋକ୍ଷ ନିର୍ବାଚିତ ସଦସ୍ୟଙ୍କ ବ୍ୟତୀତ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତି ସଦସ୍ୟ ପାଇଁ ମଧ୍ୟ ବ୍ୟବସ୍ଥା କରାଗଲା । ଏହାକୁ ସ୍ବାଧୀନ ଭାରତର ଉଚ୍ଚସଦନ(ରାଜ୍ୟସଭା) ଭାବେ ନାମିତ କରାଗଲା । ଏହାର ସଦସ୍ୟତା ପାଇଁ ଜଣେ ନାଗରିକ ବା ରାଜନେତାଙ୍କ ବୟସ ଅତିକମରେ 35 ବର୍ଷ ରଖାଗଲା । ଏହି ଉଚ୍ଚସଦନର ମାନ ସମ୍ମାନ ପ୍ରତିଷ୍ଠା, କ୍ଷମତା ବୃଦ୍ଧି ପାଇଁ ଦେଶର ଉପରାଷ୍ଟ୍ରପତିଙ୍କୁ ଏହାର ଅଧ୍ୟକ୍ଷ ଭାବେ ଚୟନ କରିବାର ବ୍ୟବସ୍ଥା ହୋଇଥିଲା ।

ରାଜ୍ୟସଭା ସାମ୍ବିଧାନିକ ସଦସ୍ୟ...

ଭାରତୀୟ ସମ୍ବିଧାନ ଅନୁଛେଦ 80 ଅନୁସାରେ ରାଜ୍ୟସଭାରେ ସଦସ୍ୟ ସଂଖ୍ୟା 250 ରଖିବାକୁ ଆଇନ ପ୍ରଣୟନ ହୋଇଥିଲା । ଯେଉଁଥିରେ 12 ଜଣ ସଦସ୍ୟ ସିଧା ସଳଖ ଦେଶର ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତି ହୋଇ ରାଜ୍ୟସଭା ଯିବାର ବ୍ୟବସ୍ଥା ହୋଇଥିଲା । ଅବଶିଷ୍ଟ 238 ସଦସ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ର୍ବାଚିତ ହୋଇ ଆସିବାର ବ୍ୟବସ୍ଥା ହେଲା । ତଥାପି ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ସଂଖ୍ୟା 245 ରହିଛି । ଯେଉଁଥିରେ ବର୍ତ୍ତମାନ 233 ସଦସ୍ୟ ପରୋକ୍ଷ ଭାବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇ ଆସୁଥିବା ବେଳେ 12 ଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତି ହୋଇ ଆସୁଛନ୍ତି। କଳା, ବିଜ୍ଞାନ, ସାହିତ୍ୟ, କ୍ରୀଡା ସମାଜସେବା କ୍ଷେତ୍ରରେ ସମାଜ, ରାଷ୍ଟ୍ରପାଇଁ ବିଶେଷ ଅବଦାନ ରଖିଥିବା ନାଗରିକ ବା ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ମନୋନୀତି କରିବାର ବ୍ୟବସ୍ଥା ହେଲା ।

କେଉଁ ରାଜ୍ୟରୁ କେତେ ସଦସ୍ୟ?

ସମ୍ବିଧାନର ଚତୁର୍ଥ ଅନୁସୂଚନାରେ ରାଜ୍ୟସଭା ପାଇଁ କେଉଁ ରାଜ୍ୟରୁ କେତେ ଜଣ ପ୍ରତିନିଧି ରାଜ୍ୟସଭାକୁ ପ୍ରତିନିଧିତ୍ବ କରିବେ ତାହାର ବ୍ୟବସ୍ଥା ରଖିବାକୁ ବ୍ୟବସ୍ଥା ହେଲା । ରାଜ୍ୟର ଜନସଂଖ୍ୟା ଆଧାର ଅନୁସାରେ କେଉଁ ରାଜ୍ୟରୁ କେତେ ଜଣ ସଦସ୍ୟ ରହିବେ ତାହା ନିର୍ଣ୍ଣୟ ହେଲା । ତେବେ ନୂଆ ରାଜ୍ୟ ଗଠନ, ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ଅନୁସାରେ ଆବଶ୍ୟକ ସ୍ଥଳେ ଏହାର ସଂଶୋଧନ ପାଇଁ ମଧ୍ୟ ବ୍ୟବସ୍ଥା ରଖାଗଲା ।

ସଦସ୍ୟ ହେବା ପାଇଁ ଯୋଗ୍ୟତା ବା ମାପକାଠି

ଭାରତୀୟ ସମ୍ବିଧାନ ଅନୁଛେଦ 84 ଅନୁସାରେ ଜଣେ ରାଜ୍ୟସଭାରେ ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତି ବା ନାଗରିକଙ୍କ ଏକାଧିକ ଯୋଗ୍ୟତା ଥିବା ଆବଶ୍ୟକ ।

ପ୍ରଥମତଃ -ଭାରତୀୟ ନାଗରିକ ହୋଇିଥିବେ । ଭାରତୀୟ ସମ୍ବିଧାନ ଦ୍ବାରା ପ୍ରଦତ୍ତ ଯେକୌଣସି ପରିଚୟ ପତ୍ର ଥିବ ।

ଦ୍ବିତୀୟ- ସର୍ବନିମ୍ନ 35 ବର୍ଷ ବୟସ ହୋଇଥିବ ।

ତୃତୀୟ- କୌଣସି ସରକାରୀ ଚାକିରୀ କରୁନଥିବେ ।

ଚତୁର୍ଥ- ମାନସିକ ସ୍ତରରେ ସୁସ୍ଥ ଥିବେ । ବା ଦେବାଳିଆ ହୋଇନଥିବେ ।

ପଞ୍ଚମ - କୌଣସି ଦ୍ବେତ ଲାଭାନ୍ବିତ ପଦବୀ ରେ ନଥିବେ ।

ଦ୍ବିବାର୍ଷିକ ଉପନିର୍ବାଚନ

ରାଜ୍ୟସଭା ଏକ ସ୍ଥାୟୀ ସଦନ । ଏହା କେବେ ଲୋକସଭା ପରି ଭଙ୍ଗ ହୁଏ ନାହିଁ । ଏହା ସତ୍ବେ ପ୍ରତି 2 ବର୍ଷରେ ଥରେ ଏହାର ଏକ-ତୃତୀୟାଶଂ ସଦସ୍ୟ ଅବସର ନେଇଥାନ୍ତି । ଜଣେ ସଦସ୍ୟଙ୍କ ପୂର୍ଣ୍ଣକାଳୀନ 6 ବର୍ଷ ପାଇଁ ନିର୍ବାଚିତ ବା ମନୋନୀତି ହୋଇଥାନ୍ତି । ଏହାବାଦ କୌଣସି ସଦସ୍ୟ ଯଦି ଇସ୍ତଫା ଦିଅନ୍ତି, ବା ନିଧନ ହୁଏ ତାଙ୍କ ସ୍ଥାନରେ ଉପନିର୍ବାଚନ କରାଇବାର ବ୍ୟବସ୍ଥା ରଖିବାକୁ 1952 ରେ ବ୍ୟବସ୍ଥା ହୋଇଥିଲା ।

ପିଠାସୀନ ଅଧିକାରୀଗଣ

ସ୍ବାଧୀନ ଭାରତର ପ୍ରଥମ ସଂସଦ ଅଧିବେଶନ ରାଜ୍ୟସଭା ଗଠନ ବେଳେ ଏହାର ଅଧ୍ୟକ୍ଷତାକୁ ନେଇ ମଧ୍ୟ ସମ୍ବିଧାନରେ ସ୍ପଷ୍ଟ ବ୍ୟବସ୍ଥା ହୋଇଛି । ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତିଙ୍କୁ ଅଧିକାର ମିଳିଛି । ଏହାସହ ନିର୍ବାଚିତ ବ୍ୟବସ୍ଥାରେ ସଦସ୍ୟଙ୍କ ମଧ୍ୟରୁ ଜଣେ ଉପାଧ୍ୟକ୍ଷଙ୍କୁ ମଧ୍ୟ ନିର୍ବାଚିତ କରାଯିବାର ବ୍ୟବସ୍ଥା ରହିଛି। ଏତତ ବ୍ୟତୀତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସଦନର ପରିଚାଳନ ପାଇଁ ଏକ ପ୍ୟାନେଲ ମଧ୍ୟ ଗଠନ ହୋଇଥାଏ । ଏହି ପ୍ୟାନଲକୁ ସଦନର ସଭାପତି ଗଠନ କରିଥାନ୍ତି । ଏହି ପ୍ୟାନେଲ ମଧ୍ୟ ଆବଶ୍ୟକ ସ୍ଥଳେ ସଦନ ପରିଚାଳନା କରିବାର ବ୍ୟବସ୍ଥା ରହିଛି ।

ମହାସଚିବ

ରାଜ୍ୟସଭାରେ ମହାସଚିବଙ୍କ ନିଯୁକ୍ତି ସଭାପତି ବା ଅଧ୍ୟକ୍ଷ କରିଥାନ୍ତି । ଯିଏ କି ଜଣେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ହୋଇଥାନ୍ତି । ମହାସଚିବ ନିଜ କାମକୁ ଅତି ସରଳ ଓ ସାମ୍ବିଧାନିକ ଭାବେ ତୁଳାଇଥାନ୍ତି । ସଦନର ପ୍ରତ୍ୟେକ କାର୍ଯ୍ୟାବଳୀ, ଅଧିନିୟମ ଓ ବିଦ୍ଧବ୍ୟବସ୍ଥା ତାଙ୍କରି ଦ୍ବାରା ସମ୍ପାଦିତ କରାଇଥାନ୍ତି ଅଧ୍ୟକ୍ଷ । ମହାସଚିବ ରାଜ୍ୟସଭା ପ୍ରଶାସନକି ସ୍ତରର ସର୍ବୋଚ ଅଧିକାରୀ ହୋଇଥାନ୍ତି । ଏହାସହ ସଦନର ସମସ୍ତ କାର୍ଯ୍ୟକ୍ରମକୁ ସଂରକ୍ଷିତ ରଖିଥାନ୍ତି । ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିଥାନ୍ତି ।

ଉଭୟ ସଦନର ସମ୍ବନ୍ଧ

ସମ୍ବିଧାନର ଅନୁଛେଦ 75 (3) ଅନୁସାରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଲୋକସଭା ପ୍ରତି ଉତ୍ତରଦାୟୀ । ରାଜ୍ୟସଭା ସରକାର ଗଠନ କିମ୍ବା ଭଙ୍ଗ କରିପାରିବ ନାହିଁ । ତଥାପି ରାଜ୍ୟସଭା ସରକାରଙ୍କ ଉପରେ ନିୟନ୍ତ୍ରଣ ରଖିଥାଏ । ଅର୍ଥାତ ରାଜ୍ୟସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ଜରୁରୀ ହୋଇଥାଏ । ଯେତେବେଳେ କୌଣସି ନିର୍ଣ୍ଣୟର ସଂକଟ ଆସେ, ସେତେବେଳେ ଉଭୟ ସଦନର ମିଳିତ ଅଧିବେଶନ ଆୟୋଜିତ ହୋଇଥାଏ । ସରକାରଙ୍କୁ ପ୍ରତ୍ୟେକ ପ୍ରସଙ୍ଗରେ ରାଜ୍ୟସଭାର ଅନୁମତି ନେବାକୁ ପଡିଥାଏ । ଏହାବାଦ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଉଭୟ ସଦନରୁ ଯେକୌଣସି ସଦସ୍ୟଙ୍କୁ ସରକାର ମନ୍ତ୍ରୀ କରିପାରିବେ । ଏହା ମଧ୍ୟ ସମ୍ବିଧାନ ଅଧିକାର ଦେଇଛି । ଜଣେ ମନ୍ତ୍ରୀ କୌଣସି ସଦନର କାର୍ଯ୍ୟପ୍ରଣାଳୀରେ ଭାଗ ନେଇପାରିବେ । ବିତର୍କରେ ସାମିଲ ହୋଇପାରିବେ । ପ୍ରସଙ୍ଗ ଉପସ୍ଥାପନା କରିପାରିବେ । କିନ୍ତୁ ଭୋଟ ଦାନ ବେଳେ ସେ ଯେଉଁ ସଦନର ସଦସ୍ୟ ହୋଇଥିବେ ସେହି ସଦନରେ କେବଳ ମତଦାନ କରିପାରିବେ ।

ରାଜ୍ୟସଭା ନେତା

ରାଜ୍ୟସଭାର ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ପରେ ସଭାର ନେତା ହେଉଛନ୍ତି ଅନ୍ୟତମ ସର୍ବୋଚ ବ୍ୟକ୍ତି । ବିଶେଷ ଭାବେ ରାଜ୍ୟସଭାର ନେତା ପ୍ରଧାନମନ୍ତ୍ରୀ ହୋଇଥାନ୍ତି, ଯଦି ସେ ସଦନର ସଦସ୍ୟ ହୋଇଥାନ୍ତି । ନଚେତ ସରକାର ଜଣେ ଦକ୍ଷ, ଜ୍ଞାନୀ ମନ୍ତ୍ରୀଙ୍କୁ ସଦନର ନେତା ରୂପେ ଚୟନ କରିଥାନ୍ତି । ଯାହାଙ୍କର ଦାୟିତ୍ବ ସଦନର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ ପକ୍ଷ ବିପକ୍ଷଙ୍କ ମଧ୍ୟରେ ସମନ୍ବୟ ରଖିଥାନ୍ତି । ବିଦ୍ଧି ବ୍ୟବସ୍ଥା ଦ୍ବାରା ସଦନ ପରିଚାଳନା କରିବା ପାଇଁ ବ୍ୟବସ୍ଥା କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details