ଓଡିଶା

odisha

By

Published : Nov 5, 2020, 4:36 PM IST

Updated : Nov 5, 2020, 6:45 PM IST

ETV Bharat / city

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ଓଡିଶା ମିଡିଆର ଯୁବ ତଥା ଦକ୍ଷ ବରିଷ୍ଠ କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଯୁବ ସାମ୍ବାଦିକଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...
ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ଭୁବନେଶ୍ବର: ଓଡିଶା ମିଡିଆର ଯୁବ ତଥା ଦକ୍ଷ ବରିଷ୍ଠ କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଯୁବ ସାମ୍ବାଦିକଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ପୋଲିସ ମୁଖ୍ୟାଳୟରେ ଶୋକସଭା ଆୟୋଜନ କରାଯାଇ ଯୁବ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଶୋକ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଦୁଃଖ ସମୟରେ ତାଙ୍କ ପରିବାରକୁ ସାହାଯ୍ୟ ସହଯୋଗ କରାଯିବା ଉଚିତ ବୋଲି କହିଛନ୍ତି ସିପି ।

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ଟ୍ବିଟ କରି ସମବେଦନା ଜଣାଇଛନ୍ତି । ଧର୍ମେନ୍ଦ୍ର ଟ୍ବିଟରେ ଲେଖିଛନ୍ତି, ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଗଣମାଧ୍ୟମ ଜଗତରେ ନିଜର ନିଆରା କାର୍ଯ୍ୟଶୈଳୀ ତାଙ୍କୁ ଦେଇଥିଲା ଅନନ୍ୟ ପରିଚୟ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। ଏ ଦୁଃଖ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ସେହିପରି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ଲେଖିଛନ୍ତି, ବରିଷ୍ଠ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ସ୍ୱର୍ଗତ ପ୍ରଧାନ ଜଣେ ପରିଶ୍ରମୀ ତଥା କର୍ମନିଷ୍ଠ ବ୍ୟକ୍ତିତ୍ୱ ଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ବିଜେପିର ସାଧାରଣ ସମ୍ପାଦକ ଲେଖାଶୀ ସାମନ୍ତସିଂହାର ଲେଖିଛନ୍ତି, ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ ଖବର ଶୁଣି ଗଭୀର ବ୍ୟଥିତ | ମୁଁ ପ୍ରାର୍ଥନା କରୁଛି ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଏହି ଅପୂରଣୀୟ କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ |

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ଏହି କଠିନ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ଗଭୀର ସମବେଦନା ।

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ଜଣେ ସାମ୍ବାଦିକ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିବା ପ୍ରବୀର ଓଡିଶାର ଏକ ପ୍ରତିଷ୍ଠିତ ଘରୋଇ ଅନୁଷ୍ଠାନରେ କାର୍ଯ୍ୟରତ ଥିଲେ । ନିଜ ଦକ୍ଷତା, କର୍ମଠ ଓ ଦାୟିତ୍ୱବୋଧତା ଯୋଗୁଁ ସେ ଗଣମାଧ୍ୟମ ଜଗତରେ ଅନେକ ସଫଳତା ହାସଲ କରିଥିଲେ । ରାଜ୍ୟର ଜଣେ ବରିଷ୍ଠ କ୍ରାଇମ ରିପୋର୍ଟର ଭାବେ ବେଶ ପରିଚିତ ମଧ୍ୟ ଥିଲେ ।

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗ, ବିଭିନ୍ନ ମହଲରୁ ଶୋକ ବାର୍ତ୍ତା...

ପ୍ରବୀର ପିଲାବେଳେ ଜଣେ ମେଧାବୀ ଛାତ୍ର ଥିବା ବେଳେ ପ୍ରତିଷ୍ଠିତ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(IIMC)ର ଛାତ୍ର ଥିଲେ । ତେବେ ତାଙ୍କ ବିୟୋଗରେ ଆଇଆଇଏମସି ପକ୍ଷରୁ ମଧ୍ୟ ଶୋକସଭାର ଆୟୋଜନ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 5, 2020, 6:45 PM IST

ABOUT THE AUTHOR

...view details