ଭୁବନେଶ୍ବର: ନିଜର ଜୀବନ ବ୍ୟାପି ଓଡିଶୀ ସାଧନା ପାଇଁ ଦୀପ୍ତି ମିଶ୍ରଙ୍କୁ ରବିବାର ଗୁରୁଶ୍ରୀ ସମ୍ମାନ ଦିଆଯାଇଥିବା ବେଳେ ସୋମବାର ଶେଷ ସନ୍ଧ୍ୟାରେ ତିନି ଯୁବ ପ୍ରତିଭାଙ୍କୁ ମଧ୍ୟ ସାମ୍ମାନିତ କରାଯାଇଛି ।
ଶ୍ରେଷ୍ଠ ଓଡିଶୀ ନୃତ୍ୟ ରେ ସୌରଭ ମହାନ୍ତି, ଆଧୁନିକ ନାଚରେ ସାରସ୍ବରୂପା ମିଶ୍ରଙ୍କ ସହ ଆଶୁତୋଷ ପ୍ରଧାନଙ୍କ ଶ୍ରେଷ୍ଠ ଚିତ୍ରକଳାରେ ସାମ୍ନାନିତ କରାଯାଇଛି। ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ରାଗ ମଲ୍ଲିକ୍କା ଦୁଇ ରାମାୟଣ ପ୍ରଦର୍ଶିତ ହେଇଛି ।