ଓଡିଶା

odisha

ETV Bharat / city

65 ବର୍ଷର ଡାକ୍ତରୀ ଚାକିରୀ ଅବଧିକୁ ଓମ୍ସାର ତୀବ୍ର ବିରୋଧ

65 ବର୍ଷର ଡାକ୍ତରୀ ଚାକିରୀ ଅବଧିକୁ ବିରୋଧ କରାଯାଇଛି । ଏନେଇ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ:

ଅବଧିକୁ ଓମ୍ସାର ତୀବ୍ର ବିରୋଧ
ଅବଧିକୁ ଓମ୍ସାର ତୀବ୍ର ବିରୋଧ

By

Published : Feb 12, 2021, 8:10 PM IST

ଭୁବନେଶ୍ବର: ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ପକ୍ଷରୁ 65 ବର୍ଷର ଡାକ୍ତରୀ ଚାକିରୀ ଅବଧିକୁ ବିରୋଧ କରାଯାଇଛି । ଏନେଇ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଯାହା ଡକ୍ଟରମାନଙ୍କ ଦାବିକୁ ଉପସ୍ଥାପନ କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଓମ୍ସା ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅବଧିକୁ ଓମ୍ସାର ତୀବ୍ର ବିରୋଧ

ରାଜ୍ୟ ସରକାର ଏଭଳି ନିଷ୍ପତିକୁ ଓମ୍ସା ତୀବ୍ର ବିରୋଧ କରିଛି। 65 ନୁହେଁ 62 ବର୍ଷରେ ଯେଉଁ ଡାକ୍ତର ଚାହିଁବେ ଭିଏଆରଏସ ଦେଇପାରିବେ। 65 ବର୍ଷରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କୁ ପ୍ରଶାସନିକ ନିଯୁକ୍ତି ନଦେଇ ରୋଗୀ ସେବାରେ ନିଯୁକ୍ତି କରିବାକୁ ଦାବି କରାଯାଇଛି।

ଏହାସହ ରାଜ୍ୟ ବାହାରୁ ଡାକ୍ତର ନଆଣି ରାଜ୍ୟରେ ଥିବା ବିଭିନ୍ନ ଡାକ୍ତରୀ କଲେଜରୁ ପାସ ହୋଇଥିବା ଡାକ୍ତରମାନଙ୍କୁ ଓଡ଼ିଶାରେ ବାଧ୍ୟତାମୂଳକ ନିଯୁକ୍ତି ଦେବା ପାଇଁ ସଂଘ ପ୍ରସ୍ତାବ ରଖିଛି। ପ୍ରତିବର୍ଷ ଓପିଏସସି ପରୀକ୍ଷା କରାଇ ଡକ୍ଟରମାନଙ୍କୁ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

କେନ୍ଦ୍ରରୁ ଆସୁଥିବା ସମସ୍ତ ସୁବିଧା ସୁଯୋଗ ରାଜ୍ୟର ଡାକ୍ତରମାନଙ୍କୁ ପ୍ରାଦାନ କରାଯାଉ। ଏହାସହ ସ୍ବାସ୍ଥ୍ୟଭିତ୍ତିଭୂମିକୁ ସୃଦୃଢ କରିବାକୁ ଦାବି , ଏହାଦ୍ବାରା ଓଡିଶାର ଡାକ୍ତରମାନେ ଦେଶ ବାହାରକୁ ବା ରାଜ୍ୟ ବାହାରକୁ ଯିବେ ନାହିଁ। ଅନ୍ୟ ରାଜ୍ୟର ଡାକ୍ତର ଆସିଲେ ରାଜ୍ୟ ର ଡାକ୍ତରମାନେ ଅବହେଳିତ ହେବେ । ଏହାସହ ସ୍ବାସ୍ଥ୍ୟ ସେବାରେ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିବ। ଏହି ସମସ୍ତ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details