ଓଡିଶା

odisha

ETV Bharat / city

Omicron Variant: ନେଗେଟିଭ ଆସିଲେ ବି ସାତ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ - ନୂଆ ଭାରିଆଣ୍ଟ ଓମିକ୍ରନ

କୋରୋନାର ନୂଆ ଭାରିଆଣ୍ଟ ନେଇ ବିଶ୍ବବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ତେବେ ଓମିକ୍ରନ ବାବଦରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ। କିନ୍ତୁ ବିଦେଶରୁ ଆସିଲେ ବି ନେଗେଟିଭ ସାର୍ଟିଫିକେଟ ଆଣିବେ ଏବଂ ନେଗେଟିଭ ରିପୋର୍ଟ ଆସିଲେ ବି ସାତ ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Omicron Variant: ନେଗେଟିଭ ଆସିଲେ ବି ସାତ ଦିନ କ୍ବାରେଣ୍ଟାଇନ ରହିବା ବାଧ୍ୟତାମୂଳକ
Omicron Variant: ନେଗେଟିଭ ଆସିଲେ ବି ସାତ ଦିନ କ୍ବାରେଣ୍ଟାଇନ ରହିବା ବାଧ୍ୟତାମୂଳକ

By

Published : Nov 29, 2021, 1:14 PM IST

ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭାରିଆଣ୍ଟ ନେଇ ବିଶ୍ବବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ଏହି ନୂଆ ଭାରିଆଣ୍ଟର ନାମ ଓମିକ୍ରନ ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ତେବେ ଏହି ଭାରିଆଣ୍ଟ ନେଇ ରାଜ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ‘ଓମିକ୍ରନ ବାବଦରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ। ଏନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ବିଦେଶରୁ ଆସିଲେ ନେଗେଟିଭ ସାର୍ଟିଫିକେଟ ଆଣିବେ ଏବଂ ନେଗେଟିଭ ରିପୋର୍ଟ ଆସିଲେ ବି ସାତ ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ’ । ଏଥିପାଇଁ ନୂଆ ଗାଇଡଲାଇନ ଆସିବ ବୋଲି ସେ ସୂଚନା ଦେଇଛନ୍ତି ନିରଞ୍ଜନ ମିଶ୍ର।

Omicron Variant: ନେଗେଟିଭ ଆସିଲେ ବି ସାତ ଦିନ କ୍ବାରେଣ୍ଟାଇନ ରହିବା ବାଧ୍ୟତାମୂଳକ

ଏନେଇ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସବୁ ଦିନ ତାଲିକା ମଗାଯାଉଛି । ପଜିଟିଭ ଆସିଲେ ଜିନମ ସିକ୍ୟୁଏନ୍ସ ପାଇଁ ଯିବ। ସ୍ପେକୁଲେଶନ ଚାଲିଛି। ତେବେ ଓମିକ୍ରନ ନେଇ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହିଛି। ତେବେ ଏହି ଭାଇରସର ସଂକ୍ରମଣ କ୍ଷମତା କେତେ, ଏହାକୁ ମୁକାବିଲା କରିବାରେ ଭ୍ୟାକ୍ସିନର କେତେ କ୍ଷମତା ରହିଛି, ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ କୌଣସି ତଥ୍ୟ ମିଳି ପାରିନାହିଁ। ଏନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଯେହେତୁ ଖବର ଆସୁଛି ଏହା ଗୋଟିଏ ନୂଆ ଭ୍ୟାରିଏଣ୍ଟ ଏବଂ ଏଥିରେ ୧୩ରୁ ଅଧିକ ମ୍ୟୁଟେସନ ରହିଛି । ତେଣୁ ସମସ୍ତେ ସତର୍କ ରହିବା ଦରକାର ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଘୋଷଣା କରାଗଲା। ତେଣୁ ସମସ୍ତେ ସତର୍କ ରହିବା ଦରକାର। ତେବେ ଏହାକୁ ମାତ ଦେବାପାଇଁ ଟୀକାକରଣ ହିଁ ଏହାର ବଡ଼ଅସ୍ତ୍ର। କମ ସମୟ ଭିତରେ ସମସ୍ତଙ୍କୁ ଫାଷ୍ଟ ଡୋଜ ଟିକା ଦିଆଯିବ। ଏହାସହ ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍କୁଲ ଖୋଲିବାକୁ ପଡ଼ିବ ବୋଲି ନିରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details