ଓଡିଶା

odisha

ETV Bharat / city

ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଲାଭାଂଶ ଦେଲା ଓଏମ୍‌ସି - OMC interim dividend

ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ଖଣି ନିଗମ(ଓଏମସି) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଚେକ୍ ହସ୍ତାନ୍ତର କରିଛନ୍ତି ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଅଧିକ ପଢନ୍ତୁ...

ସରକାରଙ୍କୁ ୧ହଜାର କୋଟି ଟଙ୍କାର ଲାଭାଂଶ ଦେଲା  ଓଏମ୍‌ସି
ସରକାରଙ୍କୁ ୧ହଜାର କୋଟି ଟଙ୍କାର ଲାଭାଂଶ ଦେଲା ଓଏମ୍‌ସି

By

Published : Mar 18, 2021, 9:10 PM IST

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ଖଣି ନିଗମ(ଓଏମସି) । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଚେକ୍ ହସ୍ତାନ୍ତର କରିଛନ୍ତି ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ଚେକଟିକୁ ଗ୍ରହଣ କରିଛନ୍ତି । ଚଳିତ ଆର୍ଥିକବର୍ଷରେ ହୋଇଥିବା ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି ଓଏମ୍‌ସି ।

ସରକାରଙ୍କୁ ୧ହଜାର କୋଟି ଟଙ୍କାର ଲାଭାଂଶ ଦେଲା ଓଏମ୍‌ସି

2020-21 ଆର୍ଥିକ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଓଏମସି 5162 କୋଟି ଟଙ୍କାର ରାଜସ୍ବ ଆଦାୟ କରିଛି । ଯାହା ଏକ ରେକର୍ଡ଼ ସୃଷ୍ଟି କରିଛି । ଯାହା 2019-20 ଆର୍ଥିକ ବର୍ଷ ତୁଳନାରେ ଏହା 34 ପ୍ରତିଶତ ଅଧିକ । ଓଏମସି ଆସନ୍ତା 2ରୁ 3 ବର୍ଷ ମଧ୍ୟରେ ଉତ୍ପାଦନ ତଥା ରାଜସ୍ବ ଆଦାୟକୁ ଦ୍ବିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ସରକାରଙ୍କୁ ୧ହଜାର କୋଟି ଟଙ୍କାର ଲାଭାଂଶ ଦେଲା ଓଏମ୍‌ସି


ରାଜ୍ୟରେ ଓଏମସିର 10 ଟି ଖଣି କାର୍ଯ୍ୟକ୍ଷମ ରହିଛି । ସେଥି ମଧ୍ୟରୁ ୭ଟି ଲୌହ, ଦୁଇଟି କ୍ରୋମ, ଗୋଟିଏ ବକ୍‌ସାଇଟ୍ ଓ ଖଣି ଅଛି । ଚଳିତ ବର୍ଷ ଫେବୃଆରୀ ମାସରେ ଝିଲିଙ୍ଗ-ଲଙ୍ଗ୍ଲୋଟା ଏବଂ ଗୁଆଲି ନାମକ ଦୁଇଗୋଟି ନୂତନ ଲୌହ ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ଆବଶ୍ୟକ ସମୟରେ ସମର୍ଥନ ଓ ସହାୟତା କରିଆସୁଛି । କୋଭିଡ଼ ମହାମାରୀ ବିରୋଧର ଲଢ଼େଇରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛି ଓଏମସି । ଏଥିସହ ରାଜ୍ୟର ୮ଟି ଜିଲ୍ଲାରେ ଥିବା ୧୦ଟି କୋଭିଡ଼ ଡାକ୍ତରଖାନାକୁ ଆର୍ଥିକ ସହାୟତା ଯୋଗାଉଛି । ସେପରି ସିଏସଆର୍ କାର୍ଯ୍ୟକ୍ରମ ଅଧିନରେ ଖଣି ଅଞ୍ଚଳରେ ବହୁ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛି ଓଏମସି ।
ଆଜିର କାର୍ଯ୍ୟକ୍ରମରେ ଇସ୍ପାତ ଏବଂ ଖଣି ବିଭାଗର ପ୍ରମୁଖ ସଚିବ ତଥା ଓଏମସି ଅଧ୍ୟକ୍ଷ ସୁରେନ୍ଦ୍ର କୁମାର, ଅର୍ଥ ସଚିବ ଅଶୋକ କୁମାର ମୀନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିୟାନ, ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଏବଂ ଓଏମ୍‌ସିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details