ଭୁବନେଶ୍ବର: ଓଡ଼ିଶା ମାଇନିଂ କର୍ପୋରେସନର(OMC ) 67ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନୂଆ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଶିକ୍ଷାର ବିକାଶ ପାଇଁ 5ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାସହ କୋଇଡା ଆଇଆଇଟିରେ ଦକ୍ଷତା ବିକାଶ ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଏକ MOU ସ୍ବାକ୍ଷରିତ ହୋଇଛି । ଲୋକସେବା ଭବନରେ ଓଏମସିର ପ୍ରତିଷ୍ଠା ଦିବସ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
OMCର ପ୍ରତିଷ୍ଠା ଦିବସରେ 5 ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ - ଓଏମସି ପ୍ରତିଷ୍ଠା ଦିବସରେ ନୂଆ ପ୍ରକଳ୍ପର ଶୁଭାରମ୍ଭ
ଓଡ଼ିଶା ମାଇନିଂ କର୍ପୋରେସନର(OMC) 67ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ 5 ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ
ଖଣି ଅଞ୍ଚଳରେ 5ଟି ଆଦର୍ଶ ବିଦ୍ୟାଳୟ ପାଇଁ ଓଏମସି 208 କୋଟି ଟଙ୍କା ଖର୍ଚ୍ଚ କରିବ । ଏହିସବୁ ବିଦ୍ୟାଳୟର ପରିଚାଳନା ପାଇଁ ବାର୍ଷିକ 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଓଏମସିର ଏହି ଉଦ୍ୟମ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସାମାଜିକ ବିକାଶରେ ଓଏମସିର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । କୋଭିଡ ପରିଚାଳନାରେ ଏହାର କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ । ବିଭିନ୍ନ ହସ୍ପିଟାଲ ସ୍ଥାପନରେ ଓଏମସିର ଅବଦାନ ରହିଛି । ଏହାସହ କ୍ରୀଡା କ୍ଷେତ୍ରରେ ମଧ୍ୟ OMC ବଳିଷ୍ଠ ଯୋଗଦାନ ଦେଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ