ଭୁବନେଶ୍ବର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓଲିଓଡ ସୁପରଷ୍ଟାର ବାବୁସାନ ମହାନ୍ତି (Babushan Mohanty health update) । ଡାକ୍ତରୀ ଦଳର ଚିକିତ୍ସା ପରିବାର ଲୋକଙ୍କ ସେବା ଓ ରାଜ୍ୟବାସୀଙ୍କ ଆଶୀର୍ବାଦରୁ ସୁସ୍ଥ ହେଉଛନ୍ତି ବାବୁସାନ । ଯେହେତୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ତେଣୁ ଆସନ୍ତା ୩ରୁ ୪ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଆଶା କରାଯାଇଛି ।
ଏହା ବି ପଢନ୍ତୁ- ରାସ୍ତା ଉପରେ ଷ୍ଟାର ୱାର, ପ୍ରକୃତି ମିଶ୍ରଙ୍କୁ ପିଟିଲେ ବାବୁଶାନଙ୍କ ପତ୍ନୀ
ଗତ କିଛି ଦିନ ହେବ ବାବୁସାନ ଅସୁସ୍ଥ ଥିବାରୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦମନ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ବାବୁସାନ ଲଦାଖ ଯାତ୍ରା କରିଥିବା ବେଳେ ଅକ୍ସିଜେନ କମିଯିବାରୁ ଅସୁସ୍ଥ ହୋଇ ପଡିଥିଲେ । ବାବୁସାନଙ୍କ ଚିକିତ୍ସା ୭ ଦିନ ହେବ ଚାଲିଛି । ଏବେ ଅବସ୍ଥାରେ ସୁଧାର ଆସୁଛି । ସବୁ କଳହ ଓ ରାଗ ଭୁଲି ପତିଙ୍କ ଆରୋଗ୍ୟରେ ପତ୍ନୀ ତୃପ୍ତିଙ୍କ ସମେତ ପରିବାର ଲୋକେ ମିଶି ବାବୁସାନଙ୍କ ଯତ୍ନ ନେଉଛନ୍ତି । ଅନ୍ୟପଟେ ଡାକ୍ତରଖାନାରେ ୬ ଜଣିଆ ଡାକ୍ତରୀ ଦଳ ବାବୁସାନଙ୍କ ଚିକିତ୍ସା କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର