ଓଡିଶା

odisha

ETV Bharat / city

ଫିଲ୍ମ 'ମନେ ମନେ ମନ ଖୋଜୁଥିଲା'ର ଶୁଭ ମହୁରତ - ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନର

ଭୁବନେଶ୍ବର ନୀଳକଣ୍ଠେଶ୍ବର ମନ୍ଦିରରେ ଫିଲ୍ମ 'ମନେ ମନେ ମନ ଖୋଜୁଥିଲା' ର ଶୁଭ ମହୁରତ ହୋଇଯାଇଛି ।

ଓଲିଉଡ ଫିଲ୍ମ 'ମନେ ମନେ ମନ ଖୋଜୁ ଥିଲା'ର ଶୁଭ ମୁହୂରତ

By

Published : Nov 20, 2019, 11:21 AM IST

ଭୁବନେଶ୍ବର: ଖୁବଶୀଘ୍ର ବଡ଼ ପରଦାକୁ ଆସିବ ଓଲିଉଡ ଫିଲ୍ମ 'ମନେ ମନେ ମନ ଖୋଜୁଥିଲା' । ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଫିଲ୍ମଟି ନିର୍ମାଣ ହେବାକୁ ଥିବାବେଳେ ଆଜି ଭୁବନେଶ୍ବର ନୀଳକଣ୍ଠେଶ୍ବର ମନ୍ଦିରରେ ଏହାର ଶୁଭ ମହୁରତ ହୋଇଛି ।

ଓଲିଉଡ ଫିଲ୍ମ 'ମନେ ମନେ ମନ ଖୋଜୁଥିଲା'ର ଶୁଭ ମହୁରତ

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଓମକାର, ଅଭିନେତ୍ରୀ ନବ୍ରାତା ସିଂ ଦେଓ । ଏହାସହ ଓଲିଉଡ ଜଗତର ଜଣାଶୁଣା ଅଭିନେତା ମିହିର ଦାସ, ଅଶ୍ରୁମୋଚନଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

ଏନ ପାଢ଼ୀ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦେଇଛନ୍ତି ପ୍ରଭାତୀ ଆଚାର୍ଯ୍ୟ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଓଁମକାର ଲେଙ୍କା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details