ଭୁବନେଶ୍ବର: କୋଲକାତା ଝିଅ ହେଲେ ଯାଜପୁର ବୋହୂ। ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ବୁଧବାର ଦିନ ହାତରୁ ଦି ହାତ ହୋଇଛନ୍ତି। ଆଉ ଝିଲିକଙ୍କ ହାତ ଧରିଛନ୍ତି ଯାଜପୁରର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡ୍ୟାନି)। ମାର୍ଚ୍ଚ ୧୧ରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।
ଏନେଇ ଅଭିନେତ୍ରୀ ଝିଲିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ସୂଚନା ଦେଇଥିଲେ । ତେବେ ବିବାହର ପରଦିନ ଅର୍ଥାତ ଗୁରୁବାର ଉଭୟେ ଅନାଥାଶ୍ରମ ପରିଦର୍ଶନ କରିବା ସହ ସେଠାରେ ପିଲାଙ୍କ ସହ ସମୟ ଅତିବାହିତ କରିଥିଲେ ।