ଭୁବନେଶ୍ବର: ଓଲିଉଡ଼ ଅଭିନେତା ବାବୁସାନ, ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଉପୁଜିଥିବା ବିବାଦର ପ୍ରାୟ ଦେଢ଼ ମାସ ପରେ ବାବୁସାନ ଓ ତୃପ୍ତିଙ୍କ ଏକାଠି ଦେଖିବାକୁ ମିଳିଛି । ଦମନ ଫିଲ୍ମର ପ୍ରମୋସନ୍ ବେଳେ ଅସୁସ୍ଥ ହୋଇ ମେଡିକାଲରେ ବାବୁସାନ ଭର୍ତ୍ତି ହୋଇଥିବା ବେଳେ ଆଜି ପତ୍ନୀ ତୃପ୍ତି ମେଡିକାଲ ଯାଇ ବାବୁସାନଙ୍କୁ ଭେଟିଛନ୍ତି । ଏହାପରେ ବାବୁସାନ ଆଜି ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି ।
ବିଗତ ଜୁଲାଇ ମାସରେ ପ୍ରକୃତି-ବାବୁସାନ-ତୃପ୍ତି ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ଏହାପରେ ତୃପ୍ତି ନିଜ ଘରକୁ ଚାଲି ଯାଇଥିଲେ । ଏହାର ବିବାଦକୁ ନେଇ ବାବୁସାନ ସାମାଜିକ ଗଣମାଧ୍ୟମରେ ନିଜ ପରିବାର, ପତ୍ନୀ ଏବଂ ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ନ୍ୟାୟ ପାଇଁ ଖାରବେଳ ନଗର ଥାନାରେ ପ୍ରକୃତି ଏତଲା ଦାଖଲ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ସେ ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଏହି ଘଟଣାର ଯାଞ୍ଚ କରୁ ବୋଲି ହାଇକୋର୍ଟରେ ଆବେଦନ କରିଛନ୍ତି । ପ୍ରକୃତି ଦାଖଲ କରିଥିବା ମାମଲାରେ ଖାରବେଳ ନଗର ଥାନା IIC, ଭୁବନେଶ୍ବର DCP, DGP, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...Prakruti Babusan Controversy: ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ