ଓଡିଶା

odisha

ରାଜଧାନୀକୁ ଶନି ଦଶା, ପ୍ରତି 7 ଅଙ୍କ ତାରିଖରେ ଗଡୁଛି ମୁଣ୍ଡ

By

Published : Nov 19, 2019, 3:34 AM IST

ଲକ୍ଷ୍ମିସାଗର ଥାନା ଅନ୍ତର୍ଗତ ପୁରୁଣା ରେଳ ଷ୍ଟେସନ 6 ନମ୍ବର ପ୍ଲାଟଫର୍ମର ସାମ୍ମା ସୁକାନ୍ତି ଡର୍ମିଟାରିରେ ହୋଇଛି ଅତି ନିର୍ମମ ହତ୍ୟା ।

ରାଜଧାନୀକୁ ଶନି ଦଶା, ପ୍ରତି 7 ଅଙ୍କ ତାରିଖରେ ଗଡୁଛି ମୁଣ୍ଡ

ଭୁବନେଶ୍ବର: ରାଜଧାନୀକୁ ଶନି ଦଶା । ପ୍ରତି ଦଶ ଦିନରେ ଗଡୁଛି ମୁଣ୍ଡ । 7 ଅଙ୍କଥିବା ତାରିଖରେ ରକ୍ତରଞ୍ଜିତ ହେଉଛି ସ୍ମାର୍ଟସିଟି ।

ଗତ 20 ଦିନରେ ଗଡିଲାଣି 3 ମୁଣ୍ଡ । ଅର୍ଥାତ ଗତମାସ 27 ପରେ ଗତ 7 ତାରିଖ ଆଉ ଏବେ 17 ତାରିଖରେ ପୁଣି ଗଡିଛି ମୁଣ୍ଡ । ଲକ୍ଷ୍ମିସାଗର ଥାନା ଅନ୍ତର୍ଗତ ପୁରୁଣା ରେଳ ଷ୍ଟେସନ 6 ନମ୍ବର ପ୍ଲାଟଫର୍ମର ସାମ୍ମା ସୁକାନ୍ତି ଡର୍ମିଟାରିରେ ହୋଇଛି ଅତି ନିର୍ମମ ହତ୍ୟା କେୟାର ଟେକର ଟିଡି ରାଓ ନାମକ ବୃଦ୍ଧକୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ ।

ରାଜଧାନୀକୁ ଶନି ଦଶା, ପ୍ରତି 7 ଅଙ୍କ ତାରିଖରେ ଗଡୁଛି ମୁଣ୍ଡ

ଘଟଣାକୁ 24 ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ପାଖରେ ନାହିଁ ସୁରାକ । ତେବେ ଗତ ମାସ 27 ତାରିଖରେ ଏୟାରଫିଲଡ୍‌ ଥାନା ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପରେ ସମାନ 10 ଦିନ ପରେ ଗତ 7 ତାରିଖରେ ଖଣ୍ଡଗିରି ଥାନା ସରକନ୍ତରାରେ ଗୁଳିମାଡରେ ଅନିଲ ଜେନାକୁ ଗୁଳି କରି ହତ୍ୟା କରିଥିଲେ ଅପରାଧୀ ।

ସେହିପରି ଅନୁରୁପ ଭାବେ ଲକ୍ଷ୍ମିସାଗର ଥାନା 6 ନମ୍ବର ପ୍ଲାଟଫର୍ମ ନିକଟରେ ଦୁର୍ବୁତ୍ତମାନେ ଡର୍ମିଟାରି ମଧ୍ୟକୁ ପ୍ରବେଶ କରି ବୃଦ୍ଧଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେବେ 7 ଅଙ୍କ ଥିବା ପ୍ରତ୍ୟେକ ତାରିଖରେ ଏପରି ମୁଣ୍ଡ ଗଡିବା ନେଇ ସହରରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details