ଭୁବନେଶ୍ବର: ଏଣିକି ଆକାଉଣ୍ଟରେରେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲାଗୁ ହେବ ଏହି ବ୍ଯବସ୍ଥା ।
ମଧୁବାବୁ ପେନସନ ସ୍କିମରେ 28 ଲକ୍ଷ ଓ ଏନଏସଏପିର 20 ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବ୍ୟାଙ୍କ ସୁବିଧା ନଥିବା ଅଞ୍ଚଳରେ ସିଧାସଳଖ ବ୍ଲକ ଓ ପଞ୍ଚାୟତରୁ ହିତାଧକାରୀ ନଗଦ ଟଙ୍କା ନେଇପାରିବେ ।